ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ଗ୍ରାମାଞ୍ଚଳର ବିକାଶ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି _ ଜିଲ୍ଲାପାଳ 

ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ 

ଗ୍ରାମାଞ୍ଚଳର ବିକାଶ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି _ ଜିଲ୍ଲାପାଳ 

କୋରାପୁଟ,୨୪।୪()ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ,ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ଏବଂ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ତପନ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ରାଜ୍ୟ ସରକାର ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ ପାଇଁ ପ୍ରତି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରିବେ ।ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି।ଏହି ଷ୍ଟାଡିୟମ ଗୁଡିକରେ କ୍ରୀଡାବିତ ମାନଙ୍କ ପାଇଁ ସମସ୍ତ ଖେଳ ଖେଳିବାର ସୁବିଧା ରଖାଯିବ ବୋଲି ବିଧାୟକ ଶ୍ରୀ ମାଛ କହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳର ବିକାଶ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତି ୱାସନ କହିଛନ୍ତି। ଗାଁର ବିକାଶ ହେଲେ ଜିଲ୍ଲା ତଥା ରାଜ୍ୟ ଏବଂ ଦେଶର ବିକାଶ ହୋଇପାରିବ । ତ୍ରିସ୍ତରୀୟ ପଞ୍ଚାୟତିରାଜର ନିର୍ବାଚିତ ପ୍ରତିନିଧି ମାନେ ଲୋକଙ୍କ ବିକାଶ ପାଇଁ ଦିଆଯାଉଥିବା ଅର୍ଥର ବ୍ୟବହାର ଏବଂ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି। ପଲ୍ଲୀସଭା ଓ ଗ୍ରାମସଭାରେ ଅଧିକରୁ ଅଧିକ ଲୋକ ଅଂଶଗ୍ରହଣ କରି କାର୍ଯ୍ୟଖସଡ଼ା ପ୍ରସ୍ତୁତରେ ନିଜ ନିଜ ମତ ଉପସ୍ଥାପନା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି ଅବସରରେ ଜିଲାରେ ୧୯୬ ନୂତନ ହିତାଧିକାରୀ ମାନଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଥିଲା ।କୋରାପୁଟ ବ୍ଲକର ତିନୋଟି ମଇଳା ଉଠା ଗାଡ଼ିର ଅତିଥି ମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସାମଗ୍ରୀକ ବିକାଶ ପାଇଁ ଜୟପୁର, କୋଟପାଡ ଓ ନନ୍ଦପୁର ବ୍ଲକକୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ, କୋରାପୁଟର ଅଧିକାରୀ ହିମାଂଶୁ ଶତପଥୀ, ଗୌରୀ ଦାସ ପରିଚାଳନା ରେ ସହଯୋଗ କରିଥିଲେ l ପ୍ରକାଶଥାଉକି ଆଜି ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକରେ ପାଳନ କରାଯାଇଥିଲା l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

ଡାବୁଗାଁରେ ସୁରକ୍ଷା ସପ୍ତାହ ପାଳିତ 

masiha

ମହମ୍ମଦ ଅସଲମ୍ ସ୍ମୃତି ସମାରୋହ ଯୁବ ସାମ୍ବାଦିକା ଶତରୂପା ସାମନ୍ତରାୟ ଙ୍କୁ ରାଜ୍ୟ ସ୍ତରୀୟ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ

Sunil Chandra Nayak

Leave a Comment

error: Content is protected !!