ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ସ୍କୁଲ କମିଟି ତାଲା ପକାଇଲେ

ଥୁଆମୂଳ ରାମପୁର:୦୫/୦୭ – (ମନିସ):- ସରକାର ଘୋଷଣା କରୁଛନ୍ତି ଯେ ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ ଏହା ସ୍ଳୋଗାନ ମାଧ୍ୟମରେ ସୀମିତ ରହିଲା ଭଳି ମନେ ହେଉଛି, ଏହାକୁ କେତେ ଦୂର ସଫଳ କରାଯାଇଛି, ଅନ୍ଯ ପଟେ କେଉଁଠି ଛାତ୍ରଛାତ୍ରୀ ରହୁଛନ୍ତି ହେଲେ ସେଅନୁପାତରେ ଶିକ୍ଷକ ନାହାନ୍ତି। କେଉଁଠି କେଉଁଠି ଛାତ୍ରଛାତ୍ରୀ କମ ଥିଲେ ସେହି ଠାରେ ଶିକ୍ଷକ ଅଧିକ ଦିଆଯାଇଛି। ଏହା ବ୍ଳକ ଶିକ୍ଷା ବିଭାଗର ମନମୁତାବକ କାର୍ଯ୍ଯ ନୁହେଁତ କିମ୍ବା ଉଦ୍ଦେଶ୍ୟ ନେଇ ଏହା କରାଯାଉଥିବା ଭଳି ମନେ ହୁଏ,ଯେଉଁଠି ଛାତ୍ରଛାତ୍ରୀ ଅଛନ୍ତି ସେଠାରେ ଶିକ୍ଷକ ଅଭାବକୁ ନେଇ ଅନେକ ସ୍ଥାନରେ ସ୍କୁଲକୁ ତାଲା ପକାଇବା ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖାଯାଇଛି। ଏପରି ଏକ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମର ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ଶିକ୍ଷା ବିଭାଗ ତଥା ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପାଖରେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ହେଲେ ଏହା ଉପରେ ବିଭାଗ ପକ୍ଷରୁ କୌଣସି ସୁଫଳ ପାଇପାରିଲେ ନାହିଁ ତେଣୁ ଶେଷରେ ବାଧ୍ୟ ହୋଇ ସ୍କୁଲ କୁ ତାଲା ମାରି ବିରୋଧ ପ୍ରଦର୍ଶନ କରିଥିବା ଜଣାପଡିଛି। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କ ପୁଅଝିଅ ଙ୍କ ପାଠପଢାରେ ଅନେକ ଅସୁବିଧା ରହୁଛି। ଯାହାର ଧନ ଅଛି ତୋ ସେମାନେ ସହରରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପାଠ ପଢାଇବାରେ ସକ୍ଷମ ହେଉଛନ୍ତି, କିନ୍ତୁ ଗରିବ ଲୋକମାନେ ତାଙ୍କ ପିଲାମାନଙ୍କୁ ଗାଁ ସ୍କୁଲରେ ପଢାଇବା ପାଇଁ ବାଧ୍ୟ ହେଉଛନ୍ତି। ଏହି ଦୁର୍ଗମ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କ ପ୍ରତି ବିଭାଗ ଅଣଦେଖା କରାଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି। ଏହାଫଳରେ ଗରିବ ଘର ପିଲା ମାନଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଟାଣି ହୋଇଯାଉଛି। ଏଭଳି ଅବସ୍ଥାରେ ରହୁଥିବା ଉକ୍ତ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ରହିଛି ବିଦ୍ୟାଳୟରେ ସର୍ବମୋଟ ୧୩୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି l କିନ୍ତୁ ବିଦ୍ଯାଳୟରେ ୩ ଜଣ ଶିକ୍ଷକ ରହି ଥିବା ବେଳେ ଜଣେ ସି ଆର ସି ଅଛନ୍ତି ଓ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଆଉ ଜଣେ ସହକାରୀ ଶିକ୍ଷକ ନିଯୁକ୍ତି ପାଇଛନ୍ତି ତନ୍ମଧ୍ୟରୁ ପ୍ରାୟତଃ ସି ଆର ସି ମହାଶୟ ଏହି ସ୍କୁଲ ର ଦାଣ୍ଡ ମାଡନ୍ତି ନାହିଁ ବୋଲି ପ୍ରକାଶ କରନ୍ତି। ଏହାଛଡା ଶିକ୍ଷୟତ୍ରୀ ଜଣକ ମେଟେଲିଟି ଲିଭ ରେ ଅଛନ୍ତି। ଯାହାଫଳରେ ଶିକ୍ଷା ଦାନରେ ବିଶେଷ କରି ଅସୁବିଧା ହେଉଥିବା ଜଣାପଡିଛି।ଶିକ୍ଷା ବିଭାଗର ଏହି ନୀତିକୁ ଦେଖିଲେ ଅଜବ ଲାଗିବ ଯେଉଁଠାରେ କମ ଛାତ୍ର ଛାତ୍ରୀ ଅଛନ୍ତି ସେଠାରେ ଅଧିକ ସଂଖ୍ୟକ ଶିକ୍ଷକ ଥିବା ଅନେକ ବିଦ୍ୟାଳୟରେ ଦେଖିବାକୁ ମିଳୁଛି। ବ୍ଲକ ଶିକ୍ଷା ଅଧିକାରୀ ଙ୍କ ମନୋଭାବ ଓ ପାତରଅନ୍ତର ନୀତି ବେଶ ପଦାରେ ପଡି ଦାଣ୍ଡରେ ଗଡିଲା ଭଳି ମନେହୁଏ। ଏହି ଭଳି ବ୍ଳକ ଶିକ୍ଷା ଅଧିକାରୀ ଙ୍କୁ ଗ୍ରାମବାସୀ ଓ ଅଭିଭାବକ ମାନେ ଅଭିଯୋଗ କରି ବିଫଳ ହେବା ଫଳରେ ଗତ କାଲି ଯଥା ତା ୦୪/୦୭/୨୦୨୩ ରିଖ ଦିନ ବିଦ୍ୟାଳୟ କୁ ତାଲା ପକେଇ ଥିବା ଜଣାପଡିଛି। ଯେଉଁ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ଦିଆ ନ ଯାଇଛି ସେ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପଡିଥିବ ବୋଲି ସ୍କୁଲ କମିଟିର ସଦସ୍ୟ ଓ ଅଭିଭାବକ ମାନେ ଗଣ ମାଧ୍ୟମ ପାଖରେ ପ୍ରକାଶ କରିଛନ୍ତି। ତେବେ ଏହାକୁ ନେଇ ଶିକ୍ଷା ବିଭାଗ ଆଗକୁ କେଉଁଭଳି ପଦକ୍ଷେପ ନେଉଛନ୍ତି ତାହା ସମୟ କହିବ ବୋଲି ବିଭିନ୍ନ ମହଲରେ ଆଲୋଚନା ର ବିଷୟ ପାଲଟିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ମଗଧା ପାଲିଲେ ହରାଲି ଉଆଁସ 

Sunil Chandra Nayak

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏସଏମସି ଗଠନ

Sunil Chandra Nayak

Leave a Comment

error: Content is protected !!