ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ସହରାଞ୍ଚଳ ଜନ ଆରୋଗ୍ୟ କେନ୍ଦ୍ର ର ବୈଠକ ଓ ସମିତି ଗଠନ

ଧର୍ମଗଡ ଇନ୍ଦ୍ରାବତୀ କଲୋନୀ ଠାରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ଅଧିନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ସହରାଞ୍ଚଳ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ନୂତନ ସମିତି ଗଠନ ହୋଇଛି। ଏହି ଅବସରରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକ ରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାକେଶ ସାହୁ, ଧର୍ମଗଡ ମେଡ଼ିକାଲ ଅଧିକାରୀ ଡ଼ାକ୍ତର ସଦାନନ୍ଦ ପାଣିଗ୍ରାହୀ, ଜନ ଆରୋଗ୍ୟ କେନ୍ଦ୍ର ର ମେଡିକାଲ ଅଧିକାରୀ ଡାକ୍ତର ବାବାଜି ଚରଣ ଦାସ, ସହକାରୀ ପ୍ରୋଗ୍ରାମ ମ୍ୟାନେଜର ଆଲୋକ ରଞ୍ଜନ ମୁଣ୍ଡ,ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମୁଣ୍ଡ, ସଂପାଦକ ଅକ୍ଷୟ କୁମାର ଦାସ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ଧର୍ମଗଡ ହସ୍ପିଟାଲ ମ୍ୟାନେଜର ସୁମେଶ୍ୱର୍ ନାଏକ, ଏବିଓ ସାରଙ୍ଗ ମୁଣ୍ଡ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ତଥା ଏନଏସି ର ପ୍ରତିନିଧି, ଆଶା କର୍ମୀ ଯୋଗ ଦେଇଥିଲେ। ଜନ ଆରୋଗ୍ୟ କେନ୍ଦ୍ର ସମିତି ର ଅଧ୍ୟକ୍ଷ ଭାବେ କାଉନସିଲର ପ୍ରବୀଣ କୁମାର ପଣ୍ଡା ଙ୍କୁ ଚୟନ କରାଯାଇଥିବା ବେଳେ ସହ ଅଧ୍ୟକ୍ଷ ଭାବେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ, ମେମ୍ବର ସେକ୍ରେଟାରୀ ଭାବେ ଡାକ୍ତର ବାବାଜୀ ଚରଣ ଦାସ ଏବଂ ସିଭିଲ ସୋସାଇଟୀରୁ ବରିଷ୍ଠ ସାମ୍ୱାଦିକ ବିଦ୍ୟାଧର ସାହୁ ଓ ବିରଞ୍ଚି ନାରାୟଣ ଜାଲ ଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। 

 ଗତ ଡିସେମ୍ବର ୨୮ ତାରିଖରେ ଧର୍ମଗଡ ଇନ୍ଦ୍ରାବତୀ କଲୋନୀ ଠାରେ ସହରାଞ୍ଚଳ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଆରମ୍ଭ ହୋଇଛି ଓ ଏହାକୁ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପରିଚାଳନା କରୁଅଛି।

ଏଠାରେ ସୂଚନାଯୋଗ୍ୟ ଯେ,ଭବାନୀପାଟଣା ସ୍ଥିତ ଅର୍ବାନ ଉପ ସ୍ଵାସ୍ଥ୍ୟ ପ୍ରାଥମିକ କେନ୍ଦ୍ର କୁ ମଧ୍ୟ ୯ବର୍ଷ ହେଲା କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପରିଚାଲନା କରୁଅଛି। ଏହି କେନ୍ଦ୍ର ଦୁଇଥର କାୟାକଳ୍ପ ପ୍ରଥମ ପୁରସ୍କାର ପାଇଥିବା ବେଳେ ଜାତୀୟ ସ୍ତରରେ ଥରେ ପୁରସ୍କୃତ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲା ଗାଁସାଥୀ ମେଟ୍ ସଂଘ ର ବୈଠକ ଓ ନୂତନ କମିଟି ଗଠନ 

masiha

ମଠକରଗୋଳ ମହାବିଦ୍ୟାଳୟ ରେ ଜାତୀୟ ଖେଳ ଦିବସ ପାଳିତ  

Sunil Chandra Nayak

ଦାସକାଠିଆ ସଂଘର କାର୍ଯ୍ୟକାରିଣୀ ବୈଠକ 

masiha

Leave a Comment

error: Content is protected !!