ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଟୁରା ଉଦ୍ଧାର – ଛେଳି ଗୋଠରେ ଚାଲି ଆସି ଥିଲା

କୁଟୁରା ଉଦ୍ଧାର – ଛେଳି ଗୋଠରେ ଚାଲି ଆସି ଥିଲା

ଖଡ଼ିଆଳ,୩୦.୦୮.(ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରା ଉଦ୍ଧାର କରିଛି ବନ ବିଭାଗ l ଭରୁଆମୁଣ୍ଡା ଗାଁର ଜଣେ ବ୍ୟକ୍ତି ରୂପଧର ମାଝୀ ନିକଟସ୍ଥ ତନ୍ଦୂଳ ପାହାଡକୁ ଛେଳି ଚରାଇବାକୁ ଯାଇ ଥିଲେ l ଫେରିଲା ବେଳେ ଏକ ଜଂଗଲୀ କୁଟୁରା ଛେଳି ସହ ମିଶି ଘରକୁ ଚାଲି ଆସି ଥିଲା l ବିଶେଷ ସୂତ୍ରରୁ ସୂଚନା ପାଇ କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ଟିମ୍ ଭରୁଆମୁଣ୍ଡା ଗାଁକୁ ଯାଇ ରୂପଧର ମାଝୀଙ୍କ ପାଖରୁ କୁଟୁରାକୁ ଉଦ୍ଧାର କରି ଥିଲେ ବନ ବିଭାଗ ଏବେ ଆବଶ୍ୟକ ଡାକ୍ତରୀ ଚିକିତ୍ସା କରି କୁଟୁରାର ଯତ୍ନ ନେଉଛି l ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଉଚ୍ଚ ଅଧିକାରୀଙ୍କ ଆଦେଶ ପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ରେଞ୍ଜର ଦେବଦତ୍ତ ସୁତାର ଜଣାଇଛନ୍ତି l ଏବେ ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ ଯତ୍ନ ନେଉଛନ୍ତି l ୱାଇଲଡ ଲାଇଫ ୱାଡେନ୍ ନୂଆପଡ଼ା ଜିଲ୍ଲା ମାୟାଧର ସରାଫ କୋମନା ବନ ବିଭାଗ କାର୍ଯ୍ୟାଳୟକୁ ଯାଇ କୁଟୁରାର ସ୍ବାସ୍ଥ୍ୟ ଅବସ୍ଥା ବୁଝି ଥିଲେ l 

 

Related posts

ଟ୍ରକ ଧକ୍କାରେ ମହିଳା ଫରେଷ୍ଟରଙ୍କ ମୃତ୍ୟୁ

Sunil Chandra Nayak

‘ ମାଟିକନ୍ୟା ସମ୍ମାନ ୨୦୨୩ ‘ ରେ ସମ୍ମାନୀତ ହେଲେ ଢେ଼ଙ୍କାନାଳ ର କନ୍ୟା ସସ୍ମିତା

Sunil Chandra Nayak

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ” ସ୍ବଛତା ଅଭିଯାନ” 

Sunil Chandra Nayak

Leave a Comment

error: Content is protected !!