ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହା ସମାରୋହରେ ପାଳିତ ହେଲା ନର୍ଲା ରେ ନୂଆଁଖାଇ ଭେଟ୍‌ ଘାଟ 

ମହା ସମାରୋହରେ ପାଳିତ ହେଲା ନର୍ଲା ରେ ନୂଆଁଖାଇ ଭେଟ୍‌ ଘାଟ 

ନର୍ଲା/ମସିହା/୩୦/୦୮/୨୫ — ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସାରା ରାଜ୍ୟରେ ଚଳ ଚଞ୍ଚଳ ଥିବାବେଳେ ନର୍ଲା ବସ୍ତିରେ ଧାର୍ଯ୍ୟ ଲଗ୍ନ ଅନୁସାରେ ନବାନ୍ନ ଭକ୍ଷଣ କରି ଜୁହାର୍‌ ଭେଟ୍‌ ହୋଇ ଭାବ ଦିଆନିଆ ର ଦୃଶ୍ୟ ଦେଖିବାକୁ ମିଳିଥିଲା, ଅଞ୍ଚଳ ର ଲୋକପ୍ରିୟ କବି ତଥା ସମାଜସେବୀ ଅରୁଣ ପ୍ରଧାନୀ,ଏବଂ ନୂଆଖାଇ ଭେଟ୍‌ ଆୟୋଜକ କମିଟି ର ପିତାମ୍ବର ଗଉଡ଼,ଝରଣା ପ୍ରଧାନୀ ଙ୍କ ପ୍ରଚେଷ୍ଟାରେ ଦୁଇଦିନ ଧରି ନିଆରା ଢଙ୍ଗରେ ନୂଆଖାଇ ଭେଟ୍‌ ର ଆୟୋଜନ କରା ଯାଇଥିଲା, ପ୍ରଥମ ଦିବସରେ ଅପରାହ୍ନ ୪ଘଣ୍ଟା ରୁ ରାତ୍ର ୧୦ ଘଣ୍ଟା ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟକ୍ରମ ରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ଗ୍ରାମ ଦେବାଦେବୀ ଙ୍କ ପୂଜାର୍ଚନା କରି ଶୁଭାରମ୍ଭ କରା ଯାଇଥିଲା, ଝରଣା ସାହୁ ସୁମଧୁର ଭଜନ ଗାନ କରିଥିଲେ,ନାଚ,ଗୀତ, ହୁଳହୁଳି,ଶଙ୍ଖ ଫୁଙ୍କା, କୁଇଜ୍‌,ମୁଣ୍ଣରେ ଗରାବୋହି ଚାଲିବା,ସାଇକେଲ୍‌ ସ୍ଲୋ,କୁରେଇ ଦନା ତିଆରି ରେ କତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରା ଯାଇଥିବା ବେଳେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର,ନୀଳକଣ୍ଠ ବେହେରା,ଜଗତରାମ ସାହୁ ସନ୍ତୋସ ପାତ୍ର ସ୍ୱେଚ୍ଛାସେବୀ ପିତାମ୍ବର ଗଉଡ଼ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା |ସୁଶ୍ରୀ ଝରଣା ପ୍ରଧାନୀ ମଞ୍ଚ ପରିଚାଳନା କରିଥିବା ବେଳେ ନୀଳକଣ୍ଠ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ,ପ୍ରସନ୍ନ ଗଉଡ଼,ରିତେଶ ପ୍ରଧାନୀ ସହଯୋଗ କରିଥିଲେ,ସେହିପରି ଦିତୀୟ ଦିବସରେ ସାଂସୃତିକ କାର୍ଯ୍ୟକ୍ରମ ସହ ସାମ୍ବାଦିକ ଦୀପକ ଠାକୁର ଓ ତ୍ରୀଲୋଚନ ଗଉଡ଼ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା, ମୀନକେତନ ମାଝୀ ଙ୍କ ପିତା ସ୍ୱର୍ଗତ ହରିମାଝୀ ଙ୍କ ସ୍ମତିରେ କଳାପାହାଡ଼ ଘୁମୁରା ଦଳ,ଏବଂ ଶିଶୁ ପ୍ରତିଭା ମାନଙ୍କୁ ସମ୍ମାନିତ କରା ଯାଇଥିଲା |୨ୟ ଦିବସ କାର୍ଯ୍ୟକ୍ରମ ରେ ଅରୁଣ ପ୍ରଧାନୀ,ପିତାମ୍ବର ଗଉଡ଼,ମନୋହର ନାଏକ,କସ୍ତୁରୀ ପ୍ରଧାନୀ, ମଞ୍ଚାସୀନ ଥିଲେ | 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ତିରିଂ ଥାନା ! ବାଇକ କାର୍ ଧକ୍କା, ଜଣେ ମୃତ ଦୁଇ ଅତି ଗୁରୁତର 

masiha

Meet the most Dynamic & Friendly police officer P.K Sahoo.

masiha

ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ୍ ଚାମ୍ପିଅନ 

masiha

Leave a Comment

error: Content is protected !!