ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଠକରଗୋଳ ମହାବିଦ୍ୟାଳୟ ରେ ଜାତୀୟ ଖେଳ ଦିବସ ପାଳିତ  

ମଠକରଗୋଳ ମହାବିଦ୍ୟାଳୟ ରେ ଜାତୀୟ ଖେଳ ଦିବସ ପାଳିତ  

 କାମାକ୍ଷାନଗର (ମନିସ)30/8/25 —  ମଠକରଗୋଳା ମହାବିଦ୍ୟାଳୟ ରେ ଜାତୀୟ ଖେଳ ଦିବସ ପାଳନ କରାଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ ଉକ୍ତ ସମାରୋହ କୁ ଉଦ୍ଘାଟନ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଯଥା – କାବାଡି ପ୍ରତିଯୋଗିତା, ବ୍ୟାଡ୍ ମିନ୍ଟନ୍ ପ୍ରତିଯୋଗିତା ଓ ଖେଳ କୁଇଜ୍ ଅୟୋଜନ କରାଯାଇଥିଲା। ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ଶେଖର ପାତ୍ର, ଇଂରାଜୀ ଭାଷା ବିଭାଗ ମୁଖ୍ୟ ପ୍ରଫେସର ସ୍ଵପ୍ନିତ। ରାଉତ ,ରାଜନୀତି ବିଭାଗ ମୁଖ୍ୟ ପ୍ରବୀର କୁମାର ବିଶ୍ଵାଳ ବିଜୟୀ ଦଳଙ୍କୁ ରନରସ୍ଅପ୍ ଚାମ୍ପିଅନ ଟ୍ରଫି ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ର ଭାରପ୍ରାପ୍ତ ଖେଳ ଶିକ୍ଷକ ଲଳିତ କୁମାର ବେହେରା ଖେଳ ପରିଚାଳନା କରିଥିଲେ,ଯୁବ ଅଧ୍ୟାପକ ସୋମ ନାଥ ପଣ୍ଡା,ମନୋରଞ୍ଜନ ବେହେରା,ଅଧ୍ୟାପିକା ଶ୍ରିଲେଖ। ରାୟ, ଜିତେନଂଜୟ ରାଉତ ଖେଳ ଦିବସ ପାଳନ ର ସମସ୍ତ ସଫଳ ଆୟୋଜନ କରିଥିଲେ।ଖେଳ କୁଇଜ୍ ରେ ସୁମନ୍ତ ପ୍ରଧାନ,ଜଗତ ଜ୍ୟୋତି ଜେଠୀ,ଓ ମୋନାଲିସା ସାହୁ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାୟଗଡ଼ା ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ୍ ଟପ୍ ଅଭ୍ୟାସ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

Sunil Chandra Nayak

ସୁନ୍ଦରଗଡ ଲେଖକ ସାମୁଖ୍ଯର ମାସିକ ସାହିତ୍ଯ ଆସର

Sunil Chandra Nayak

Leave a Comment

error: Content is protected !!