ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟବରଡି ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ୟୁରୋ ନିୟୁଜ୍// ୨୭/୦୪ – (ମନିସ):- ଖୋର୍ଦ୍ଧ ଜିଲ୍ଲା ଚିଲିକା ବ୍ଳକ ଅଧିନରେ ଥିବା ହାଟବରଡିହା ଗ୍ରାମପାୟତ ମୂଖ୍ଯାଳୟ ଠାରେ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଷିଗନ୍ଧା ଭାଷା ପ୍ରତିଷ୍ଠାନର ମିଳିତ ଭାବେ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ବ ଶାନ୍ତି ମହାଯଜ୍ଞ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ପାରୀକୁଦ ରାଜା ସନ୍ତୋଷ ସିଂ ଦେବ, ଗୁଣୁପୁର ରାଜା ଯଶୋବନ୍ତ ଦେବ, ଖଣ୍ତପଡା ରାଜା ସିର୍ଦ୍ଧାର୍ଥ ସିଂ ଦେବ ଯୋଗଦେଇ ମହାଯଜ୍ଞରେ ଆହୁତି ପ୍ରଦାନ କରି ଥିବାବେଳେ ଏକ ଆଧ୍ୟାତ୍ମିକ ଭାଗବତ ଆଲୋଚନା କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଆଲୋଚକ ଭାବେ ଅଧ୍ଯାପକ ପାର୍ଥ ସାରର୍ଥୀ ଅଜୟ ବାରିକ, ଲୋହିତ ନାରାୟଣ ମହାପାତ୍ର, ଅଷ୍ଟବକ୍ର ମୁନୀ, ସତ୍ଯ ସାଧୁ ବହ୍ମଚାରୀ, ଡ.ରଶ୍ମୀ କର, ତାରିଣୀ ପ୍ରସାଦ,ନିଷିଗନ୍ଧା ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବ୍ଯକ୍ତବ୍ଯ ପ୍ରଦାନ କରିଥିଲେ। ସଂନ୍ଧ୍ୟା ରେ ଭଜନ ସମାରୋହ ଆୟୋଜନ କରାଯାଇଥିଲା ଏଥିରେ ଆକାଶବାଣୀ କଟକର ସ୍ବୀକୃତି ପ୍ରାପ୍ତ ଗାୟକ କଳାକାର ଗଗନ ବିହାରୀ ସ୍ବାଇଁ ସହିତ ଅନ୍ଯାନ୍ଯ ଗାୟକ ଗାୟିକା ନିଜ ନିଜ ଭଜନ ପରିବେଷଣ କରିଥିଲେ। ଉକ୍ତ ଉତ୍ସବକୁ ହାଟବରଡିହା ଗ୍ରାମର ଜନସାଧାରଣ ଓ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ମିଳିତଭାବେ ଆୟୋଜନ କରିଥିବା ଦୁଇ ଦିନିଆ କାର୍ଯ୍ୟକ୍ରମରେ ବହୁ ଭକ୍ତ ଶ୍ରଧାଳୁ, ଶ୍ରୋତାଙ୍କର ସମାଗମ ହୋଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗରିମା ପରିବାରର କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା 

ତତଲା କଡେଇରେ ଶିଝୁଛନ୍ତି ଚିଲିକା ଅଞ୍ଚଳବାସୀ : ପ୍ରବଳ ଗ୍ରୀଷ୍ପ ପ୍ରବାହରେ ରାସ୍ତାଘାଟ ଜନଶୂନ୍ୟ !!!

Sunil Chandra Nayak

ଭୁବନେଶ୍ୱର ବରମୁଣ୍ଡା ବସ ଟର୍ମିନାଲକୁ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

masiha

Leave a Comment

error: Content is protected !!