ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ରିପୋର୍ଟର ଆସୋସିଏସନ ପକ୍ଷରୁ ବୁଧବାର ଦିନ ବାଲୁଗାଁର ନୃତନ ଏସଡ଼ିପିଓ ଭାବେ ଯୋଗଦେଇ ଥିବା ଶୁଭ୍ରାଂଶୁ ମିଶ୍ରଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ସ୍ବାଗତ ସମ୍ୱର୍ଦ୍ଧନା ଜଣେଥିଲେ ଚିଲିକା ରିପୋର୍ଟର ଆସୋସିଏସନ ସମସ୍ତ ସଦସ୍ୟ। ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସମାଧାନ, ନିଶାଦ୍ରବ୍ୟ ଉପରେ କଟକଣା ଲଗେଇବା ଏବଂ ବିକଟାଳ ଶବ୍ଦ ଏବଂ ଦ୍ରୁତ ବାଇକ୍ ଚାଳକଙ୍କ ଉପରେ କିପରି କାର୍ଯ୍ୟନୁଷ୍ଟାନ ନିଆ ଯିବ ସେ ସମ୍ପର୍କରେ ଚିଲିକା ରିପୋର୍ଟର ଆସୋସିଏସନ ସମସ୍ତ ସଦସ୍ୟ ନୃତନ ଏସଡ଼ିପିଓ ଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ଚିଲିକା ରିପୋର୍ଟର ଆସୋସିଏସନ ସଭାପତି ସୁନିଲ ସୁବୁଦ୍ଧି, ସମ୍ପାଦକ ଅମିତାଭପଟଯୋଶି ଙ୍କ ସମେତ ବରିଷ୍ଟ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ହିମାଳୟ ଶତପଥୀ, ସେକ୍ ମଇନୁଲ ହକ, ଅନନ୍ତ ଚରଣ ବାରିକ, ପ୍ରବୋଧ ବିଶ୍ଵାଳ, ରାକେଶ ସାହୁ, ସେକ୍ ସୌକତ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ଥିଲେ।।
ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ