ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ବ୍ଲକ ମିଶନ ଶକ୍ତି ଭବନରେ ବ୍ଲକ ସ୍ତରୀୟ କବି ସମ୍ମିଳନୀ

ନର୍ଲା ବ୍ଲକ ମିଶନ ଶକ୍ତି ଭବନରେ ବ୍ଲକ ସ୍ତରୀୟ କବି ସମ୍ମିଳନୀ

ନର୍ଲା (ମନିସ)ନର୍ଲା ବ୍ଲକ ମିଶନ ଶକ୍ତି ଆନୁକୁଲ୍ୟରେ ଏକ ବ୍ଲକ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏନ୍ ଜଗଜିବନ ଚୌଧୁରୀ , ସିଡିପିଓ ବିନୋଦିନୀ ପଣ୍ଡା ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଅନାଦି ଚରଣ ଗିରି, ବ୍ଲକ ବିପିସି ପ୍ରମୁଖ ଯୋଗଦେଇଥିଲେ। ସମ୍ମିଳନୀରେ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ରୁ ଅଧିକ ଓଡ଼ିଆ ଭାଷା ପ୍ରେମୀ କବି ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ କବି ମାନଙ୍କୁ ମିଶନ ଶକ୍ତି କାର୍ଯ୍ୟାଳୟ ପକ୍ଷରୁ ମାନପତ୍ର ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବ୍ଲକ ଲେବେଲ ଫ୍ରେଡରେଶନର ସଭାନେତ୍ରୀ ସଂଗୀତା ଭୋଇ , ସମ୍ପାଦିକା ବିନ୍ଦୁଲତା ସାମଲ ଓ ସମସ୍ତ ମହିଳା ଗୋଷ୍ଠି ସଦସ୍ୟାଙ୍କ ସମେତ ଏମବିକେ, ସିଆରପି ସମୂହ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏଭଳି ବ୍ଲକ ସ୍ତରୀୟ କବି ସମ୍ମିଳନୀକୁ ମିଶନ ଶକ୍ତି ବ୍ଲକ ପ୍ରୋଗ୍ରାମ କୋଡ଼ିନେଟର ରୋହିତ ବିଶ୍ବାଳ ପରିଚାଳନା କରିଥିଲେ।

ଦୀପକ ଠାକୁର/ପ୍ରଦୀପ କୁମାର ନର୍ଲା ମସିହା ପ୍ରତିନିଧି

Related posts

ବ୍ଲକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ପାଳିତ 

masiha

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

Sunil Chandra Nayak

ଉତ୍କଳ ଆଲୁମିନା ଓ ଏମଏସଏମଇ ସହଭାଗିତାରେ ବିକ୍ରେତା ବିକାଶ କର୍ମଶାଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!