ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁ ଚର୍ଚ୍ଚିତ ବନ୍ୟା ପାଣିରେ ଭାସିଯାଇଥିବା ଖବର କାଗଜ ବିକ୍ରେତାଙ୍କ ମୃତଦେହ ଉଦ୍ଧାର

ବହୁ ଚର୍ଚ୍ଚିତ ବନ୍ୟା ପାଣିରେ ଭାସିଯାଇଥିବା ଖବର କାଗଜ ବିକ୍ରେତାଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର – ୦୧/୦୯ ଵିଜାତଳା ବ୍ଳକର ଜଣାଶୁଣା ଖବର କାଗଜ ବିକ୍ରେତା ସୃଷ୍ଟିଧର ଗିରି(୬୫) ଗତକାଲି ଖବର କାଗଜ ବାଣ୍ଟିବାକୁ ଯାଉଥିବା ସମୟରେ ଆମଦାବେଡା – ନୁଆଗାଁ ପୋଲ ଉପରେ ପାରୋଉଥିବା ସମୟରେ ଉଛୁଳା ପାଣି ସୁଅରେ ଗତକାଲି ପୂର୍ବାହ୍ନ ୧୧ ଟା ପାଖାପାଖି ବେଳେ ଭାସି ଯାଇଥିଲେ ।ସ୍ଥାନୀୟ ଲୋକେ,ଅଗ୍ନିଶମ ବିଭାଗ ଏବଂ ପୋଲିସ ଖୋଜା ଖୋଜି କରି ନୟାନ୍ତ ହୋଇ ଯାଇଥିଲେ ।ପରିବାରବର୍ଗ ଓ ଗ୍ରାମବାସୀ ,ସାମ୍ବାଦିକମାନେ ଚିନ୍ତିତ ଥିଲେ ।ଆଜି ପୁଣି ଅଗ୍ନିଶମ ବିଭାଗ,ପରିବାର ଲୋକେ ଏବଂ ଗ୍ରାମବାସୀ ଖୋଜାଖୋଜି କରି ମଧ୍ୟାହ୍ନରେ ସେହି ନାଳ ପୋଲ ତଳେ ଥିବା ପଥର ଖଞ୍ଜି ଓ ବୁର୍ଲାରେ ସୃଷ୍ଟିଧର ଗିରିର‌ ମୃତଦେହ ଉଦ୍ଧାର କରିଥିଲେ ।ପରେ ଗୋରୁମହିଷାଣି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଟ୍ରକ୍ ବାଇକ୍ ମୁହାଁ ମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ , କ୍ଷତିପୂରଣ ଦାବିରେ ଉତ୍ତେଜନା

Sunil Chandra Nayak

ନୂଆ ଓ ଓଡ଼ିଆ ସହିତ୍ୟ ପ୍ରତିଯୋଗୀତର ଉଦଯାପନୀ ଉତ୍ସବ

masiha

ଗୌଡ଼ ଗୁଡ଼ାରେ ମାଣ୍ଡିଆ ମଣ୍ଡି ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!