ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଵିଜାତଳା ତହସିଲ ; ଵନ୍ଧଗାଁର ବାଲେଇମୁଣ୍ଡା ଘର ବର୍ଷାରେ ଭୁଷୁଡିଲା  , ୨- ତିରିଂ ତହସିଲ ! କାନ୍ଥ ପଡ଼ି ମହିଳା ମୃତ

ଵିଜାତଳା ତହସିଲ ; ଵନ୍ଧଗାଁର ବାଲେଇମୁଣ୍ଡା ଘର ବର୍ଷାରେ ଭୁଷୁଡିଲା 

 ରାଇରଙ୍ଗପୁର – ୧/୦୯ ଚାରିଦିନ ହେଲା ଲଗାଣ ବର୍ଷା ଯୋଗୁଁ ଵିଜାତଳା ତହସିଲ ଅଞ୍ଚଳରେ ନାହିଁ ନଥିବା କ୍ଷତି ହୋଇଛି ।ପାଣି ସୁଅରେ ଜଣେ ଖବର କାଗଜ ବିକାଳି ଏବେ ବି ଲାପତା ଅଛି ।ବିଜାତଳା ତହସିଲ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ବନ୍ଧ ଗାଁର ବାଲେୟା ମୁଣ୍ଡା ଘର ସୋମବାର ରାତିରେ ଭୁଷୁଡିଯିବା ସହ ଆସବାବା ପତ୍ର ନଷ୍ଟ ହୋଇଯାଇଛି ।ପରିବାରର ୭ ଜଣ ଏବଂ ଗୋରୁଗାଈ ଛେଳି ଖୋଲା ଆକାଶରେ ତଳେ ଦିନ କାଟୁଛନ୍ତି ।ମୁଣ୍ଡ ଗୁଞ୍ଜିବାକୁ ଜାଗା ନନାହିଁ ।ବିଜାତଳା ତହସିଲଦାର ଏବଂ ବିଡ଼ିଓ ତୁରନ୍ତ ଏଥିପ୍ରତି କିଛି ନା କିଛି ସହାୟତା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

ତିରିଂ ତହସିଲ ! କାନ୍ଥ ପଡ଼ି ମହିଳା ମୃତ

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ)୦୧/୦୯ ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ସିମାନ୍ତ ତିରିଂ ଥାନା ଅଞ୍ଚଳର ଲଘୁଚାପ ଜନିତ ବର୍ଷା ଯୋଗୁଁ ବଡଭୁଣ୍ଡୁ ପଞ୍ଚାୟତର ମାତଖମାଣ୍ଡି ଗ୍ରାମର ଜନୈକ ମହିଳା କାନ୍ଥ ପଡ଼ି ମହିଳା ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ୫ ଦିନ ହେଲା ଲଗାଣ ବର୍ଷା ଚାଲିଛି ।କଚାଘର ଓ କାନ୍ଥ ଗୁଡିକ ଓଦା ହୋଇ ଦୁର୍ବଳ ହୋଇଯାଇଛି ।ବିଭିନ୍ନ ସ୍ଥାନରେ କଚାଘର ଗୁଡିକ ଭାଙ୍ଗିବା ସହ ଘରର ଆସବାବା ପତ୍ର ନଷ୍ଟ ହୋଇଛି ।ବିଶେଷତଃ ଡରିବି ଲୋକ ଯେଉଁମାନଙ୍କର କଚାଘର ଅଛି ସେମାନଙ୍କ ଅବସ୍ଥା ଵେହାଲ ।ମାତକାଡିହି ଗ୍ରାମ୍ର ର ରାମଦାସ ପରିବାରର ଲୋକେ ଖାଇପିଇ ରାତିରେ ଶୋଇଥିଲେ‌।ଆଜି ମଙ୍ଗଳବାର ଭୋର ଚାରିଟା ସମୟରେ କାନ୍ଥ ଭୁଷୁଡା ଯାଇ ଶୋଇଥିବା ରାମଦାସ ଓ ତାଙ୍କ ସ୍ତ୍ରୀ ଉପରେ ପଡିଥିଲା ।ରାମଦାସ ଶବ୍ଦ ଶୁଣି ପ୍ରାଣ ବିକଳରେ ଦୌଡ଼ି ପଳାଇଥିବା ବେଳେ ରାମଦାସର ସ୍ତ୍ରୀ ସିଙ୍ଗୋ ମୁର୍ମୁ ଙ୍କ ଉପରେ ପଡ଼ିଯାଇଥିଲା ।ସେ ଗୁରୁତର‌ହୋଇଥିଲେ ।ଖବର ପାଇ ତିରିଂ ଅଗ୍ନିଶମ ବିଭାଗ ଓ ତିରିଂ ପୋଲିସ ମୃତକଙ୍କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟକୁ ପାଠାଇଥିଲେ ।ମହିଳାଙ୍କ ମୃତ୍ୟୁ ହୋଇଯିବି ଡାକ୍ତର ଘୋଷଣା କରିଥିଲେ ।ପୋଲିସ ଏକ ଅପମୂତ୍ଯୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଇଛି ।ସିଙ୍ଗୋ ମୁର୍ମୁ ର ଅକାଳ ମୃତ୍ୟୁରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଚ୍ଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟରେ ଏକ ରକ୍ତଦାନ ଶିବିର : ୫୦ ୟୁନିଟ୍ ରକ୍ତ ସଂଗୃହୀତ 

masiha

ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଦିନ ନୂଆପଡ଼ା ଜିଲ୍ଲାପାଳଙ୍କ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ସ୍ଵୀକୃତ 

masiha

ଆଇଜିଆଇଟି ରେ ବାର୍ଷିକ ଉତ୍ସବ ଆରୋହଣ ୨୦୨୩ ବେଶ ଧୁମଧାମ ରେ ପାଳିତ

Sunil Chandra Nayak

Leave a Comment

error: Content is protected !!