ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ଶିକ୍ଷକ ସଂଘର ବୈଠକ 

ମିଳିତ ଶିକ୍ଷକ ସଂଘର ବୈଠକ 

ଡାବୁଗାଁ, ୨୬/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଜୟନ୍ତୀନଗର ସ୍ଥିତ ଶ୍ରୀରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ମିଳିତ ଶିକ୍ଷକ ସଂଘ ର ଏକ ବୈଠକ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସରକାର ଙ୍କ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରଚଳିତ ୟୁନିଫାଏଡ ଅଟୋମେଟିକ ସିଷ୍ଟମ ମାଧ୍ୟମରେ ଶିକ୍ଷକ ମାନେ ଉପସ୍ଥାନ ଦେବା ପ୍ରକ୍ରିୟା କୁ ବିରୋଧ କରାଯାଇଥିଲା | ଏହାର ପ୍ରତିବାଦରେ ୨୯/୭/୨୫ ମଙ୍ଗଳବାର ଦିନ ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷୟତ୍ରୀ ଶିକ୍ଷକ ମିଳିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ | ୨/୮/୨୫ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ବୈଠକ ରେ ନିଷ୍ପତି ହୋଇଥିଲା | ଏଥିରେ ମିଳିତ ଶିକ୍ଷକ ସଂଘର ଦିବାକର ବାରିକ, କୃଷ୍ଣଚନ୍ଦ୍ର ପଣ୍ଡା, ରତିକାନ୍ତ ନାୟକ, ଧନସିଂ ତନ୍ତି, ଦୟାନିଧି ବଞ୍ଜରା, ମୋହନସିଂ ଗଣ୍ଡ, ବିକାଶ ରଞ୍ଜନ ନିଶଙ୍କ, ସୁରେଶ ଚନ୍ଦ୍ର ବେହେରା, ବଲ୍ଲଭ ନାରାୟଣ ପଣ୍ଡା, ଜିତେନ୍ଦ୍ର କୁମାର ମାଝି, ନରସିଂ ମାଝି, ବିଶ୍ଵେଶ କୁମାର ତ୍ରିପାଠୀ, ପ୍ରଦୀପ କୁମାର ପାଢୀ, ଉମେଶ ଚନ୍ଦ୍ର ପାତ୍ର ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବିପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ

masiha

ଧାନ ବକ୍ରୀ ପାଇଁ ଚାଷୀ ପଞ୍ଜୀକରଣ ନେଇ ବାହାରିଲା ସଚେତନତା ରଥ

Sunil Chandra Nayak

ଉତ୍କଳ ଆଲୁମିନାରେ ପୁଷ୍ପ ପ୍ରଦର୍ଶନୀ

masiha

Leave a Comment

error: Content is protected !!