ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ରାସ୍ତା ଅବସ୍ଥା ସୁଧୁରିବ କେବେ? ସୁଧାରିବ କିଏ?

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ରାସ୍ତା ଅବସ୍ଥା ସୁଧୁରିବ କେବେ? ସୁଧାରିବ କିଏ?

ତେନ୍ତୁଳିଖୁଣ୍ଟି ୨୬/୦୭/୨୫ — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ କୁ ଯିବା ରାସ୍ତା ଅବସ୍ଥା ଯାହା ଅନୁଭବୀ ହିଁ ଦୁଃଖ ବ୍ୟକ୍ତ କରି ପାରିବ। ଏହି ରାସ୍ତା ଗର୍ତ୍ତମୟ ,ଉକ୍ତ ଗର୍ତ୍ତ ଗୁଡ଼ିକ ରେ ସାମାନ୍ୟ ବର୍ଷା ହେଲେ ପାଣି ଜମୁଛି ତଦ୍ୱାରା ଯିବା ଆସିବା କଷ୍ଟକର ହେଉଛି ବେଳେ ବେଳେ ଗର୍ତ୍ତ ରେ ଗୋଡ ମୋଡ଼ି ହେଉଛି। ଯଦି ସେହି ସମୟ ରେ ବାଇକ୍ ଟିଏ ଗଲା କଥା ସରିଲା। ବିଦ୍ୟାଳୟ କୁ ଯିବ କଣ ଘର କୁ ଯିବା ଚିନ୍ତା କରିବ ଜଣେ ଛାତ୍ର କିମ୍ବା ଛାତ୍ରୀ। ସେହି ରାସ୍ତା ର ଉଭୟ ପାର୍ଶ୍ଵ ଅଳିଆ ଆବର୍ଜନା ମୟ ଏପରିକି ସେହି ରାସ୍ତା ପାର୍ଶ୍ଵ ରେ ହିଁ ସକାଳେ ଓ ରାତ୍ରି ରେ ମଳ ତ୍ୟାଗ କରୁଥିବା ଦୃଷ୍ଟମାନ ହେବ। ଏଭଳି ସ୍ଥିତି ରେ ଆବର୍ଜନା ପୂର୍ଣ୍ଣ ରାସ୍ତା ରେ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ, ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ,ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ପ୍ରତ୍ୟହ ବିଦ୍ୟାଳୟ ୟୁନିଫର୍ମ ପିନ୍ଧି ବର୍ଷା ଦିନରେ କିପରି ଯାଉଥିବେ ସେମାନେ ହିଁ କହି ପାରିବେ। ରାସ୍ତା ପାର୍ଶ୍ଵ ଡ୍ରେନ ଆବର୍ଜନାମୟ ହୋଇ ପୋତି ହୋଇ ଗଲାଣି,୫ଟି କାମ ଚାଲିଥିବା ବେଳେ ବିଦ୍ୟାଳୟ ପାଚେରୀ ରେ ପେଣ୍ଟିଂ କରାଗଲା କିନ୍ତୁ ଆବର୍ଜନା ସଫା ନ କରି ପେଣ୍ଟିଂ କରି ଛାଡ଼ି ଦେଲେ।   

ଏହି ରାସ୍ତା ଇନ୍ଦ୍ରାବତୀ ଡେ ମ୍ ସର୍କଲ ଅଧୀନ ରେ ରହିଛି , ଯେଉଁ ବିଭାଗ ବିଦ୍ୟାଳୟ ନିଜ ଅଧୀନ ରେ ଥିବା ସତ୍ତ୍ୱେ କୌଣସି ବିଷୟ କି ସମସ୍ୟା ବୁଝୁ ନାହିଁ ଏପରିକି ତା ଅଧୀନ ରେ ଥିବା କଲୋନୀ ରାସ୍ତା ମରାମତି କରି ପାରୁନି ,କାମ କରିଥିବା ଠିକାଦାର ଙ୍କୁ ବର୍ଷ ସଂଖ୍ୟା ବିତି ଯାଇଥିଲେ ସେମାନଙ୍କ ପ୍ରାପ୍ୟ ଦେବାରେ ଅସମର୍ଥ ସେହି ପ୍ରକଳ୍ପ କାର୍ଯ୍ୟାଳୟ ଠାରୁ କଣ ଆଶା କରାଯିବ। ସହଜରେ ପ୍ରକଳ୍ପ ଆଜକୁ ଦଶ ବର୍ଷ ହେଲାଣି ପ୍ରକଳ୍ପଡ୍ରେନ ଆବର୍ଜନା ସଫେଇ କରି ନାହିଁ। ସେପଟେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ମଧ୍ୟ ଆବର୍ଜନା ପରିଚାଳନାରେ ଫେଲ୍। କେବଳ ଆବର୍ଜନା ପକାଇବା ସ୍ଥାନ ଗୃହ ନିର୍ମାଣ ରେ ସୀମିତ ସଫାକରି ନଷ୍ଟ କରିବା ବ୍ୟବସ୍ଥା ଆରମ୍ଭ ହିଁ କରିନାହିଁ। 

  ସପ୍ତାହ ତଳେ ବିଡ଼ିଓ ମନୋଜ ପାଣିଗ୍ରାହୀ ଙ୍କ ସହ ଡେମ୍ ସର୍କଲ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନରେଶ ପାତ୍ର ତିନି ତିନି ଦାୟିତ୍ଵ ରେ ଥିବା ନିର୍ବାହୀ ଯନ୍ତ୍ରୀ ନେଲସନ ଓ ଅନ୍ୟାନ୍ୟ ଅଧିକାରୀ ଏହି ରାସ୍ତା ଓ ଡ୍ରେନ ଦେଖି ଚର୍ଚ୍ଚା କରି ଗଲେ କିନ୍ତୁ ସୁଧାର ଆଣିବ କିଏ? ଯେଉଁ କାର୍ଯ୍ୟଳୟ ଅଧିକାରୀ ଙ୍କ ଆର୍ଥିକ କ୍ଷମତା ନାହିଁ ସେ ତତ୍କ।ଳ କିଛି ଉନ୍ନୟନ କାର୍ଯ୍ୟ କରି ପାରିବେକି? ସେ ଅନୁଦାନ ପାଇଁ ଲେଖିବେ ଅନୁଦାନ ଆସିଲେ କରିବେ। ଅନ୍ତତଃ ଖାଲ ଖମା ଭରା ରାସ୍ତା ରେ ଚିପ୍ସ ବାଲି ପକାଇ ଯାତାୟାତ ଯୋଗ୍ୟ କରାଯାଇ ପାରିବ। ଡ୍ରେନ ସଫେଇ ଆଦି କାର୍ଯ୍ୟ ବିଡ଼ିଓ ପଞ୍ଚାୟତ ସମିତି ଆପଦ କାଳୀନ ପାଣ୍ଠି ରୁ କରିଲେ ସମାଧାନ ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି। ଏହି ରାସ୍ତା ସମସ୍ୟା ଆଜି ର କି ଏହି ବର୍ଷ ର ନୁହେଁ ଆଜକୁ ଦଶ ବର୍ଷ ହେଲାଣି ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ରେ ଥାଇ ମଧ୍ୟ ସମାଧାନ କରିବାରେ ଅକ୍ଷମ । ଏଣୁ ସମାଧାନ ବ୍ଲକ ପ୍ରଶାସନ ନ କରିଲେ ଛାତ୍ର ଛାତ୍ରୀ ପୂତି ଗନ୍ଧ ମୟ ଆବର୍ଜନାମୟ ରାସ୍ତା ରେ ବର୍ଷା ଦିନରେ ଯିବାକୁ ବାଧ୍ୟ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ତେନ୍ତୁଳିଖୁଣ୍ଟି ତହସିଲଦାର ଙ୍କୁ ସୁରକ୍ଷା ଦେଉଛି କିଏ ? ଜିଲ୍ଲାପାଳଙ୍କ ନିର୍ଦେଶନାମା ଉଲଂଘନ ଓ ଉପଜିଲ୍ଲାପାଳ ନିଜେ ଅନୁଧ୍ୟାନ କରି ଚୁପ !

Sunil Chandra Nayak

ସରପଞ୍ଚଙ୍କ ଗାଦିରେ ଦବଙ୍ଗଗିରି ଶ୍ୱଶୁର !

Sunil Chandra Nayak

ରାଇରଙ୍ଗପୁର ଲ୍ଯାମ୍ପରେରେ ଧାନ ମଣ୍ଡି ଶୁଭଉଦଘାଟିତ

masiha

Leave a Comment

error: Content is protected !!