ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ଲାଞ୍ଜିଗଡ, ୨୧/୦୯(ମନିସ )-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ କାକଭଟାଠାରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ପୁଲିସ। ସୂଚନା ଅନୁଯାୟୀ, କାକଭଟା ଗାଁର ଦୈତାରୀ ଗଉଡ଼ଙ୍କ ସ୍ତ୍ରୀ ସବିତା ଦାସଙ୍କ ମୃତଦେହ ତାଙ୍କ ଘର ଓରାରେ ଝୁଲୁଥିବା ଦେଖି ଆଜି ସକାଳୁ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ନର୍ଲା ଥାନାଧିକାରୀ ମମତା ପାଣିଗ୍ରାହୀଙ୍କ ନେତୃତ୍ୱରେ ପୁଲିସ ବାହିନୀ ପହଂଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ। ଏହାସହିତ ଭବାନୀପାଟଣାରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏନେଇ ନର୍ଲା ଥାନାରେ ଏକ ମାମଲା ରୁଜୁ କରି ଏସଆଇ ବିଳାସିନୀ ଭୋଇ ତଦନ୍ତ ଜାରି ରଖିଥିବା ଜଣାପଡିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଝାଉଁରିସାହି ଗ୍ରାମମର ଜଣଙ୍କ ବାଡିରୁ ମଣଦା ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର 

masiha

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ଧରାକୋଟ ବ୍ଲକ ସ୍ତରୀୟ ଶିକ୍ଷଣ କର୍ମଶାଳା 

Sunil Chandra Nayak

Leave a Comment

error: Content is protected !!