ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ବ୍ୟବସାୟୀ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ବ୍ୟବସାୟୀ ମୃତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଗୋଲାମୁଣ୍ଡା ଗ୍ରାମରେ ଜଣେ ଯୁବ ବ୍ୟବସାୟୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଯୁବ ବ୍ୟବସାୟୀ ଜଣକ ହେଲେ ଗୋଲାମୁଣ୍ଡା ଗ୍ରାମର ରାକେଶ କୁମାର ଅଗ୍ରୱାଲ (୩୮) । ସେ ଗୋଲାମୁଣ୍ଡା ବ୍ଲକ ର ଜଣେ ସୁପରିଚିତ ଯୁବ ବ୍ୟବସାୟୀ ଥିଲେ । ସୂଚନାଯୋଗ୍ୟ ଯେ, ସେ ତାଙ୍କ ଗୋଦାମ ଗୃହ ରେ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେହି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଫଳରେ ସେଠାରେ ସେ ଅଚେତ ହୋଇପଡ଼ିଥିଲେ। ପରେ ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଗୋଲାମୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଲେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟ କୁ ରେଫର କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବ ବ୍ୟବସାୟୀ ଙ୍କ ଶୋକ ଖବର ପାଇବା ପରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର,ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ଜନ ସଂଗ୍ରାମ ସମିତି ସଭାପତି ସାଉଳ ମଙ୍ଗରାଜ,ପିସିସି ସମ୍ପାଦକ ତୁଲେଶ୍ୱର ନାଏକ,ବ୍ଲକ କଂଗ୍ରେସ ସଭାପତି ନୌକେଶ୍ୱର ପୁଟେଲ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଖବର ପାଇ ଗୋଲାମୁଣ୍ଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। 

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ବସ।

masiha

ନିଖିଳ ଓଡିଶା 662 ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

କାନଭାସ ରାଉରକେଲା ଦ୍ଵାରା ଆୟୋଜିତ ୯ମ ରାଉରକେଲା ଦିବସ ସମାରୋହ ଆସନ୍ତା ୨୯ ଓ ୩୦ ରେ….

masiha

Leave a Comment

error: Content is protected !!