ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବେଶ୍ ସହାୟକ: ଜିଲ୍ଲାପାଳ 

ନବରଙ୍ଗପୁର (ମସିହା)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡା ଠାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୁଲ୍ଯରେ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଦ୍ଵାରା ପ୍ରତିଷ୍ଠା ହୋଇଥିବା କୁକୁଡା ଫାର୍ମ ର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବେଶ୍ ସହାୟକ ହୋଇପାରିଛି ବୋଲି ପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାଧେଶ୍ୟାମ ଲାଇକ, ଏଡିଭିଓ ପ୍ରାଣୀ ପାଳନ ଡାକ୍ତର ଦିଲ୍ଲୀପ କୁମାର କବିରାଜ, ଏଡିଭିଓ ରୋଗ ନିଦାନ ଡାକ୍ତର ସୁନୀଲ କୁମାର ପ୍ରଧାନ, ଜିଲ୍ଲା କୃଷି ଅଧିକାରୀ ଭେଙ୍କଟ ରେଡି , ବିଧୁଭୁଷଣ ମହାକୁଳ ,ଉମରକୋଟ ବିଭିଓ ଡାକ୍ତର ପ୍ରକାଶ ମହାନ୍ତି ,ଝରିଗାଁ ବିଭିଓ ସାରଦା ପ୍ରସାଦ ନାୟକ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବାଘ, ସମିତି ସଭ୍ୟ ପ୍ରସନ୍ନ ମାଝୀ ପ୍ରମୁଖ ଯୋଗଦେଇଥିଲେ। ସାଧାରଣ ଭାବେ ଏକ ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କିଭଳି ସହାୟକ ହୋଇପାରିଛି ସେ ନେଇ ୧ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ୨୨ ହଜାର ବ୍ରୟେଲର କୁକୁଡ଼ା ପାଳନ ୟୁନିଟ୍ ପ୍ରତିଷ୍ଠା କରିଥିବା ଏହି ୱାନେସ୍ ଏଗ୍ରୀ ଫିଡ୍ ର ଯୁବ ଉଦ୍ୟୋଗୀ ମାନସ କୁମାର ପଟ୍ଟନାୟକ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଆପିକଲ କୃଷକ ତଥା ଉଦ୍ୟୋଗୀ ମାନଙ୍କୁ କୃଷି ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବୈଷୟିକ ଜ୍ଞାନ କୌଶଳ, ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ଅନୁକୂଳ ପରିବେଶ ସହ ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ବାଣିଜ୍ୟିକ କୃଷି ଓ କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ପାଇଁ ୫୦ ଲକ୍ଷ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ଏହି ବ୍ୟବସ୍ଥାକୁ ଉପଯୋଗ କରି ଅନେକ ଶିକ୍ଷିତ ଯୁବକ ଓ ମହିଳା ଚାଷୀ ବିଭିନ୍ନ ଉଦ୍ୟୋଗ ସ୍ଥାପନ କରି ଲାଭବାନ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଏଠାରେ ପ୍ରତିଷ୍ଠା ହୋଇଥିବା ଏହି ବ୍ରୟେଲର କୁକୁଡ଼ା ପାଳନ ୟୁନିଟ୍ ଉଦ୍ୟୋଗ ଅନେକ ଯୁବ ପିଢି ପାଇଁ ପ୍ରେରଣା ଯୋଗାଇବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ଓ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିପରି ଅଧିକ ରୁ ଅଧିକ ଯୁବକ ଯୁବତୀ ମାନଙ୍କୁ ସାମିଲ କରି ଏକ କୃଷି ଭିତ୍ତିକ ଉଦ୍ୟୋଗ ସ୍ଥାପନ କରି ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କରିବ ସେ ଦିଗରେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ବାଳ ଗୋପାଳ ସେବା ନିକେତନ ଶିଶୁମାନଙ୍କ ଅଭିନବ ପ୍ରୟାସ ,  ଭାରତୀୟ ସେନାଙ୍କୁ ସ୍ଵହସ୍ତ ପ୍ରସ୍ତୁତ ରାକ୍ଷୀ ପ୍ରେରଣ

masiha

ଚିତାବାଘ ଆକ୍ରମଣରେ ଯୁବକ ଗୁରୁତର

Sunil Chandra Nayak

ହୋ ହାଲ୍ଲାରେ ସରିଲା ବାଲିକୁଟି ପଞ୍ଚାୟତର ସାମାଜିକ ସମୀକ୍ଷା ଗ୍ରାମସଭା

Sunil Chandra Nayak

Leave a Comment

error: Content is protected !!