ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଲମଣ୍ଡା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ମହା ସମାରୋହରେ ପାଳିତ

ବନ୍ଧୁଗାଁ ତା ୮/୭/୨୩ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଉଚ୍ଚ ବିଦ୍ୟାଳୟରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବନ ମହୋତ୍ସବ ପାଳନ ହୋଇଯାଇଛି । ଆନ୍ଧ୍ରପ୍ରଦେଶର ପାର୍ବତୀପୁର ସୀମାନ୍ତ କୁ ଲାଗି ରହିଥିବା ଆଲମଣ୍ଡା ଉଚ୍ଚ ବିଦ୍ୟାଳୟ ଅତି ସୁନ୍ଦର ପରିବେଶ ମଧ୍ୟରେ ରହି ଅଳ୍ପ ଦିନ ମଧ୍ୟରେ ଅନେକ ସୁନାମ ଅର୍ଜନ କରିଛି। ପରିବେଶର ସୁରକ୍ଷାକୁ ନେଇ ପ୍ରତିବର୍ଷ ସ୍କୁଲ ତରଫରୁ ବନ ମହୋତ୍ସବ ମହା ସମାରୋହରେ ପାଳନ ଅବସରରେ ଅନେକ ବୃକ୍ଷ ରୋପଣ କରି ବଞ୍ଚାଇ ଥିବା ଦେଖିବାକୁ ମିଳିଛି। ଆଜି ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ରାଉତଙ୍କ ତତ୍ତ୍ଵାବଧାନରେ ଓ ଶିକ୍ଷକ ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ନେତୃତ୍ବରେ ସକାଳ ୮ ଘଣ୍ଟିକା ସମୟରେ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ରାଲି ବାହାରି ଗ୍ରାମର ସମସ୍ତ ସାହି ପରିକ୍ରମା କରି ଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ,କର୍ମଚାରୀ,ବିଦ୍ୟାଳୟ କମିଟି ସଦସ୍ୟ ଓ ପୁର୍ବତନ ଛାତ୍ର ମାନେ ଉପସ୍ଥିତ ରହି ଥିଲେ। ଛାତ୍ର ଛାତ୍ରୀ ମାନେ ହାତରେ ପ୍ଲା କାର୍ଡ, ବେନାର ସହିତ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନତା କରି ସ୍କୁଲ କୁ ଫେରି ଆସିବା ସହିତ ସ୍କୁଲ ପରିସର ମଧ୍ୟରେ ଓ ଜଗନ୍ନାଥ ମନ୍ଦିର ଠାରେ ୧୦୦ ରୁ ଉର୍ଦ୍ଧ ଗଛ ଲଗାଇଥିଲେ। ଆଜିର ଏହି ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆଲମଣ୍ଡା ଗ୍ରାମର ସମସ୍ତ ବୁଦ୍ଧି ଯିବି, ସଚେତନ ନାଗରିକ, ଶିକ୍ଷକ ଉପସ୍ଥିତ ରହି ସଫଳ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କୈବଲ୍ୟ ସାହିତ୍ୟ ସଂସଦର ବଡ଼ଦାଣ୍ଡ ସମ୍ମାନ ସମାରୋହ

Sunil Chandra Nayak

ରାଉରକେଲା ପୁଲିସ ଏବଂ ଏନ୍ଆଇଟି ରାଉରକେଲା ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

Sunil Chandra Nayak

ଅବସରପ୍ରାପ୍ତ ପୋଲିସ ଆସୋସିଏସନ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର 

Leave a Comment

error: Content is protected !!