ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ନଦୀ ଯୋଗୁଁ ଚିନ୍ତାରେ ଚାଷୀ ,କଲମଡଙ୍ଗା ସେତୁ ନିର୍ମାଣ ନ ହେବାରୁ ପଡିଆ ପଡିଛି ୩୦୦ ଏକର ଚାଷ ଜମି ,୨୦ ବର୍ଷ ହେଲା ଚାଷ କାମ ଠପ ,ଗାଁ ଲୋକେ ଦାଦନ ମୁହାଁ 

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣା ସର ଗ୍ରାମରେ ଚିର ସ୍ରୋତା ହାତୀ ନଦୀ ପ୍ରବାହିତ ହେଉଛି ।ବର୍ତ୍ତମାନ ଏହି ଚିର ସ୍ରୋତା ହାତୀ ନଦୀ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପ୍ରକାଶ ଥାଉକି ହାତୀ ନଦୀର ପାଣି ଉପର ମୁଣ୍ଡକୁ ନ ଯାଇ ତଳ ମୁଣ୍ଡକୁ ଏକ ବିରାଟ ସ୍ରୋତ ହୋଇ କଲମ ଡଙ୍ଗା ନାଲ ଦେଇ ପ୍ରବାହିତ ହେଉଛି ।ଯାହାକି ଏବେ ବିରାଟ ସ୍ରୋତରେ ପରିଣତ ହୋଇଛି ଏବଂ ହାତୀ ନଦୀ ପାଣି ର ମୁଖ୍ୟ ସ୍ରୋତ ଏହି ଏହି କଲମ ଡଙ୍ଗା ସେତୁରେ ପ୍ରବାହିତ ହେଉଛି । ଯାହାକି ଦୀର୍ଘ ବର୍ଷ ତଳେ ଏହି କଲମ ଡଙ୍ଗା ସେତୁରେ ହାତୀ ନଦୀ ପାଣି ପ୍ରବାହିତ ହେଉ ନ ଥିଲା ।ଯାହା ଫଳରେ ପୁରୁଣ।ସର ଗ୍ରାମର ଚାଷୀ ମାନେ ସହଜରେ ନିଜ ଚାଷ ଜମିକୁ ଯାଇ ଚାଷ କାର୍ଯ୍ୟ କରି ଆସୁଥିଲେ ।ବର୍ତ୍ତମାନ କଲମ ଡଙ୍ଗା ସେତୁ ଉପରେ ହାତୀ ନଦୀର ପାଣି ପ୍ରବାହିତ ହେଉଥିବାରୁ ଚାଷ କାମ ପାଇଁ ଚାଷୀ ମାନେ ଆଉ ଯାଇ ପାରୁ ନାହାନ୍ତି ।ଯାହା ଫଳରେ ଗ୍ରାମର ୧୦୦ ଜଣ ଚାଷୀଙ୍କ ୩୦୦ ଏକର ଚାଷ ଜମି ଏବେ ପଡିଆ ହୋଇ ପଡିରହିଛି ।ଯାହାକି ଦୀର୍ଘ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ଚାଷୀ ମାନେ ଚାଷ କରି ପାରୁ ନାହାନ୍ତି । ଏ ପରିକି ଭୂମି ହୀନ ଚାଷୀଙ୍କୁ ମଧ୍ୟ ସେହି ସ୍ଥାନରେ ଜମି ପ୍ରଦାନ କରିଛନ୍ତି । ଯାହା ଫଳରେ ସେମାନେ ଚାଷ କାମ ନ କରିପାରିବାରୁ ଦାଦନ ମୁହଁ। ହେଉଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଗ୍ରାମର ବୁଢା ରାଜା ମନ୍ଦିର ମଧ୍ୟ ସେହି ସ୍ଥାନରେ ରହି ଅଛି ।ଯାହାକି ଦୀର୍ଘ ବର୍ଷ ହେଲା ସେହି ସ୍ଥାନରେ ଅ।ଭିର୍ଭାଵ ହେଇଛନ୍ତି ।ଏପରିକି ସେହି ସ୍ଥାନରେ ଭୀମ ଖୋଜ ମଧ୍ୟ ରହିଛି ।ସେହି ସ୍ଥାନକୁ ଯିବା ପାଇଁ ବାଧକ ସାଜିଛି କଲମ ଡଙ୍ଗା ସେତୁ ।୩୦୦ ଏକର ଚାଷ ଜମି ଦୀର୍ଘ ୨୦ ବର୍ଷ ହେଲା ପଡିଆ ପଡିଯିବାରୁ ଚାଷୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏପରିକି ଗରିବ ନିରୀହ ଖଟିଖିଆ ଚାଷୀ ସିଲିଂ ପାଇ ମଧ୍ୟ ନିଜ ଜମିରେ ଚାଷ କରି ପାରୁ ନାହିଁ । ଯାହା ଫଳରେ ପରିବାର ପ୍ରତିପୋଷଣ କରି ବାରେ ଅସୁବିଧା ସୃଷ୍ଟି ହେଉଛି । ହାତୀ ନଦୀ ଯୋଗୁଁ ଚାଷୀ ମାନେ ଏବେ ଚିନ୍ତାରେ ରହିଥିବା ବେଳେ କୌଣସି ନେତା କି ମନ୍ତ୍ରୀ କି ପ୍ରଶାସନ ପକ୍ଷରୁ କୌଣସି ସୁବିଧା ସୁଯୋଗ ମିଳିପାରୁ ନାହିଁ । ଅଭିଯୋଗ କରିଥିଲେ ମଧ୍ୟ କିଏ ଦୃଷ୍ଟି ଆକର୍ଷଣ କରୁ ନ ଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି ।କଲମ ଡଙ୍ଗା ସେତୁ ନିର୍ମାଣ କିମ୍ଭା ହାତୀ ନଦୀ ସ୍ରୋତକୁ ପଥର ପେଚିଙ୍ଗ ମାଧ୍ୟମରେ ପାଣିକୁ ଅଟକାଇ ପୂର୍ବଦିସ।କୁ ହାତୀ ନଦୀ ପାଣିକୁ ମୁହଁ।ଇଲେ ହୁଏତ ଚାଷୀ ମାନଙ୍କ ସମସ୍ୟା ଦୂର ହୋଇ ପାରିବ ବୋଲି ଚାଷୀ ମାନେ କୁହା କୁହିଁ ହେଉଛନ୍ତି । ବର୍ତ୍ତମାନ କିଛି ଚାଷୀଙ୍କ ଜମି କଲମ ଡଙ୍ଗା ସେତୁରେ ମିଶିଯାଇଛି । ବର୍ତ୍ତମାନ ଚାଷୀ ସୁଧାଂଶୁ ଶେଖର ନେଗି ,ଜାମିନି କାନ୍ତ ପାଣିଗ୍ରାହୀ ,ଡ଼, ଶୈଳେଶ ନେଗି ,ନନ୍ଦ କିଶୋର ନେଗି ,ଚିତ୍ତ ରଞ୍ଜନ ପାଣିଗ୍ରାହୀ ,ସନ୍ତୋଷ ପଣ୍ଡା ,ପ୍ରଶାନ୍ତ ପାଣିଗ୍ରାହୀ ,ସୁଶୀଲ ପଣ୍ଡା ,ରାମ ଚନ୍ଦ୍ର ଲହଜଳ ,ବଂଶୀ ଧର ଲହଜଳ ,ସୁବାଷ ନାଗ ,ଶିବ ମଶ୍ରା ,ଜୟରାମ ଚନ୍ଦନ ,ଶ୍ୟାମ ଘନ ସୁନାନୀ ,ଦୁର୍ବାସ। ମଙ୍ଗରାଜ ଙ୍କ ଭଳି ଅନେକ ଚାଷୀଙ୍କ ଚାଷ ଜମି ସେତୁ ନିର୍ମାଣ ନ ହେବାରୁ ଚାଷ କାର୍ଯ୍ୟରୁ ବଞ୍ଚିତ ହେଉ ଛନ୍ତି ।ଏଣୁ ଚାଷୀ ମାନଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ରାଜ୍ୟ ସରକାର ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପୁରୁଣ।ସର ଗ୍ରାମର ଚାଷୀମାନେ ଦାବି କରିଛନ୍ତି ।ଏହାର ବିକଳ୍ପ ବ୍ୟବସ୍ତା ଗ୍ରହଣ ନ କଲେ ଚାଷୀମାନେ ଏକ ବଡ଼ ଧରଣର ରାସ୍ତାରୋକ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ଦିଲ୍ଲୀରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀଙ୍କ ନୂତନ ଗୃହ ପ୍ରବେଶ ଉତ୍ସବରେ ଯୋଗ ଦେବାପାଇଁ ଜିଲ୍ଲାରୁ ୨୦୦ ରୁ ଉର୍ଧ୍ବ କର୍ମୀ ଓ ସାମ୍ବାଦିକଙ୍କ ଦିଲ୍ଲୀ ଯାତ୍ରା

Sunil Chandra Nayak

ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

masiha

ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ମୃତ

masiha

Leave a Comment

error: Content is protected !!