ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡାରେ ସ୍ୱାଭିମାନ ଦିବସ ପାଳିତ

ବାଲିଗୁଡା,28/04.(ମନିସ): ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉତ୍ସବ। ଆଜିର ଦିନକୁ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଉଛି। ଏହି ଅଵସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ “ଶିକ୍ଷାନିକେତନ” ପରିସର ମଧ୍ୟରେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଉତ୍କଳ ଗୌରବ କୁଳବୁଦ୍ଧ ମଧୁସୂଦନ ଦାସଙ୍କ ୧୭୫ ତମ ପୁଣ୍ୟ ଜୟନ୍ତୀ ଅବସରରେ ସ୍ୱାଭିମାନ ଦିବସ ପାଳନ କରାଯାଇଛି l ଏଥିରେ ମୂଖ୍ୟ ଅତିଥି ଭାବେ ଅନୁଷ୍ଠାନର ସଭାପତି ତଥା ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ମଧୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ଅଵସରରେ ଆୟୋଜିତ ସଭାରେ ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ସମ୍ପାଦିକା ରେଖାରାଣୀ ମହାପାତ୍ର ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ତଥା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ମଧୁବାବୁଙ୍କ ଜୀବନୀ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ସ୍ମୃତି ଚାରଣ କରିଥିଲେ l ସମ୍ବାଦ ଓ ଆମ ଓଡିଶା ପ୍ରତିନିଧି ସତ୍ୟନାରାୟଣ ପାଢ଼ୀ ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ

ବିଶ୍ୱ ପରିବେଶ ଦିବସ ପାଳିତ 

ବଜରଙ୍ଗ କ୍ଲବ୍ ତରଫରୁ ଗଣେଶ ଙ୍କ ପାଖରେ ଅନ୍ନ ଶଙ୍କୁଡ଼ି ଭୋଗ ଲାଗି

Sunil Chandra Nayak

Leave a Comment

error: Content is protected !!