ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିବି – ଏଚ ଆଇ ଭି ସଂଯୁକ୍ତ ରୋଗୀଙ୍କୁ ନିକ୍ଷୟ ମିତ୍ର ଭାବରେ କେ ଏନ୍ ପି ପ୍ଲସ ପକ୍ଷରୁ ପୋଷଣ ସାହାଯ୍ୟ

ଟିବି – ଏଚ ଆଇ ଭି ସଂଯୁକ୍ତ ରୋଗୀଙ୍କୁ ନିକ୍ଷୟ ମିତ୍ର ଭାବରେ କେ ଏନ୍ ପି ପ୍ଲସ ପକ୍ଷରୁ ପୋଷଣ ସାହାଯ୍ୟ 

 ମୟୂରଭଂଜ – ୨୬/୦୭ — ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଏକ ଗଭୀର ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବାରିପଦା ଠାରେ (ନିଜସ୍ଵ ସମ୍ବାଦ ଲବାଦି) : ବିକାଶଶୀଳ ଦେଶଗୁଡିକରେ ଏବେ ବି ଟ୍ୟୁବୋରୋକୁଲୋସିସ୍ (ଟିବି) ଏକ ଗଭୀର ସ୍ବାସ୍ଥ୍ୟ ସମସ୍ୟା ଭାବରେ ଜଣାପଡୁଛି। ଏହି ରୋଗ କେବ ଜୀବାଣୁ ଦ୍ଵାରା ସଂକ୍ରମଣ ଯୋଗୁ ହୁଏ ନୁହେଁ, ବରଂ ଏହା ଦୀର୍ଘକାଳୀନ ଚିକିତ୍ସା, ସାମାଜିକ ଓ ମାନସିକ ଚାପ୍ ନିମିତ୍ତ ରୋଗୀଙ୍କୁ ଅଧିକ ପୀଡ଼ା ଦେଇଥାଏ। ବିଶେଷକରି ଏକ ଆଇ ଭି ଗ୍ରସ୍ତ ବ୍ୟକ୍ତିମାନେ ଯେଉଁମାନେ ଟିବି ସହିତ ସଂଯୁକ୍ତ ଭାବରେ ପୀଡ଼ିତ ହୁଅନ୍ତି ସେମାନଙ୍କ ପାଇଁ ଏହା ଏକ ମାରାତ୍ମକ ସ୍ଥିତି ହୋଇପଡ଼େ।

ଏହି ଅଭିବ୍ୟକ୍ତି କୁ ଗଭୀର ଭାବେ ଅନୁଭବ କରି, ରାଜ୍ୟ ର ଏକ ସଜାଗ ଓ କମ୍ୟୁନିଟି ଆଧାରିତ ସଂଗଠନ “କଳିଙ୍ଗ ନେଟୱର୍କ ଫର୍ ପିପୁଲ୍ ଲିଭିଙ୍ଗ ୱିଥ ଏଚ୍ ଆଇ ଭି / ଏଡ୍ସ” (କେ ଏନ୍ ପି ପ୍ଲସ) ମୟୂରଭଞ୍ଜ ଜିଲ୍ଲାରେ ଚାଲିଥିବା ତାଙ୍କର କେଆର୍ ଓ ସପୋର୍ଟ ସେଣ୍ଟର୍ ଅନ୍ତର୍ଯୁକ୍ତ ଦୁଇ ଜଣ HIV-TB ସଂଯୁକ୍ତ ରୋଗୀଙ୍କୁ “ନିକ୍ଷୟ ମିତ୍ର” ଭାବରେ ପୋଷ୍ୟ ସନ୍ତାନ ନେଇଛନ୍ତି।ନିକ୍ଷୟ ମିତ୍ର ଅଭିଯାନ : ସେପ୍ଟେମ୍ବର ୨୦୨୨ ରେ ମାନନୀୟ ପ୍ରଧାମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଟିବି ରୋଗୀ ମାନେ ସାଧାରଣ ଚିକିତ୍ସା ସହିତ ତାଙ୍କ ପାଇଁ ପୋଷଣ, ଅତିରିକ୍ତ ଡାଇଗ୍ନୋଷ୍ଟିକ ଓ ଜୀବିକା ର ଶିକ୍ଷା ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଓ ସମ୍ମାନ ନିମିତ୍ତ ସମର୍ଥନ ଦେବା।

କେ ଏନ୍ ପି ପ୍ଲସ ତରଫ୍ରୁ ଏହି ଦୁଇ HIV – TB ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ସାହାଯ୍ୟ ପ୍ରଦାନ କରାଯାଇଛି, ଯାହାର ଅବଧି ହେଉଛି 6 ମାସ। ପ୍ରତି ମାସ ପାଇଁ ଯେଉଁ ପୋଷଣ କିଟ୍ ଦିଆଯାଉଛି, ତାହାର ଉପାଦାନ ହେଉଛି : ଅଟା ୩ କି.ଗ୍ରା., ଡାଲି ୧ କି.ଗ୍ରା., ସବୁଜ ତେଲ ୧ ଲିଟର, ସୋୟବିନ ୫୦୦ ଗ୍ରାମ, ଗୁଡ଼ ୧ କି. ଗ୍ରା., ଚିନାବାଦାମ ୫୦୦ ଗ୍ରାମ।

ଏହି ବଣ୍ଟନ କାର୍ଯ୍ୟକ୍ରମ ପଣ୍ଡିତ ରଖୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ବାରିପଦା ରେ ଥିବା ଏ ଆର ଟି ସେଣ୍ଟର୍ ରେ ଆୟୋଜିତ ହୋଇଥିଲା। ଏଥିରେ ଉପସ୍ଥିତ ଥିଲେ ଡା. ସନ୍ତୋଷ କୁମାର ପଟ୍ଟନାୟକ (MO I/C) , ଡ଼ା. ହୁସେନ ଖାନ୍ (ଜିଲ୍ଲା ଟିବି ଅଧିକାରୀ , ଭଞ୍ଜନଗର) , ଶ୍ରୀମତୀ ପ୍ରଭାସିନୀ ପ୍ରଧାନ ( ସଭାପତି , କେ ଏନ୍ ପି ପ୍ଲସ ), ଇଂ. ଅଜୟ କୁମାର ପାତ୍ର ( ପ୍ରକଳ୍ପ ନିର୍ବାହକ, ମୟୂରଭଞ୍ଜ )।

ସଭାରେ ରୋଗୀଙ୍କୁ ART ଓ ATT ଔଷଧ ସମ୍ବନ୍ଧୀୟ ନୀୟମତତା ବିଷୟରେ ଜନାଇଦେଉଥିବା ସହ ବ୍ୟବହାର କରାଯାଉଥିବା ପୋଷଣ ଉପାଦାନ ଗୁଡ଼ିକ କିପରି ଏବଂ କେତେବେଳେ ଖାଇବେ – ସେନିମିତ୍ତ ମଧ୍ୟ ସଚେତନ କରାଯାଇଛି। ଜିଲ୍ଲା ଟିବି ଅଧିକାରୀ, ମୟୂରଭଞ୍ଜ କେ ଏନ୍ ପି ପ୍ଲସ ସଂଗଠନ ଙ୍କ ଏହି ଉଦ୍ୟମ କୁ ସ୍ବାଗତ କରି ତାଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଅନ୍ୟ ସଂଗଠନ ମାନଙ୍କୁ ମଧ୍ୟ ଏପରି ଉଦ୍ୟମ ଗ୍ରହଣ କରିବା ପାଇଁ ଆହ୍ବାନ କରିଛନ୍ତି। କେ ଏନ୍ ପି ପ୍ଲସ ଙ୍କ ଏହି ପଦକ୍ଷେପ ଏକ ନିମିତ୍ତ ହେଉଛି ଯେ କିପରି ସାମାଜିକ ଓ ମାନସିକ ଭାବେ HIV-TB ରୋଗୀଙ୍କୁ ସାହାଯ୍ୟ କରି ସେମାନଙ୍କୁ ନୂଆ ଆଶା ଦିଆଯାଇପାରିବ।

ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଆସିକା ଥାନା ଏସ ଆଇ ଜ୍ଞାନରଞ୍ଜନ ସେଠିଙ୍କ ପଦୋନ୍ନତି

Sunil Chandra Nayak

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ରାଉରକେଲାରେ ୨୫ତମ ସିଆଇଆଇ ଏଣ୍ଟରପ୍ରାଇଜ୍-ଓଡିଶା ଉଦ୍ଘାଟିତ

Sunil Chandra Nayak

ଭବାନୀପାଟଣାରେ ଜିଲ୍ଳା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ,୨୦୨୬ ପାଳିତ 

Sunil Chandra Nayak

Leave a Comment

error: Content is protected !!