ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ବଡ଼ବନ୍ଧ ୟର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କଲେ ଜନ ପ୍ରତିନିଧି ଓ ଅଧିକାରୀ

କୋକସରା,୨୭/୦୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ଆମପାଣି ଗ୍ରାମରେ ଥିବା ବଡବନ୍ଧ ପୋଖରୀର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମପାଣି ପଞ୍ଚାୟତ ସରପଞ୍ଚ ରୁକ୍ମଣୀ ବାଣୁଆଙ୍କ ସଭାପତିତ୍ୱରେ ପଞ୍ଚାୟତ ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ପରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଡ଼ବନ୍ଧ ପୋଖରୀର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବିଡ଼ିଓ ଉତ୍ତମ ବାଗ, ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ସହ ଗ୍ରାମବାସୀ ମନୋରଞ୍ଜନ ବାଣୁଆ, ଜିତେନ୍ଦ୍ର ପଣ୍ଡା ଫକୀର ପୁଝାରି, ସୁରେଶ ସାହୁ, ବିଜୟ ପଣ୍ଡା, ଶିବରାମ ପାତ୍ର, ଆଶୁତୋଷ ପୁରୋହିତ, ତିଲୋତ୍ତମା ନାଏକ ପଞ୍ଚାୟତର ୱାର୍ଡ଼ ମେମ୍ବର ପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଯେ ଏହି ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ବିଧାୟକ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ୯ ଲକ୍ଷ, ବ୍ଲକ ସମିତି ଜି.ଆଇ ଅନୁଦାନ ରୁ ୧୦ ଲକ୍ଷ, ବ୍ଲକ ଅଧ୍ୟକ୍ଷାଙ୍କ ଅନୁଦାନ ରୁ ଶୌଚାଳୟ ପାଇଁ ୩ ଲକ୍ଷ ୬୦ ହଜାର ଓ ମନରେଗା ଯୋଜନାରୁ ପଞ୍ଚାୟତ ପକ୍ଷରୁ ୧୦ ଲକ୍ଷ ସର୍ବମୋଟ ୩୨ ଲକ୍ଷ ୬୦ ହଜାର ଟଙ୍କା ଅନୁଦାନ ରାଶି ଏହି ପୋଖରୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବାନେଇ ସୁଚନା ମିଲିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଦ୍ୟା ମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ପୂର୍ବ ଛାତ୍ର ଏକତ୍ରୀକରଣ

masiha

ରାୟଗଡ଼ାର ଲାଇଫ୍‌ଲାଇନ୍ ଅଭୋର ବ୍ରିଜ୍ ତଳେ ବାରମ୍ବାର ନିଆଁ! ତୀବ୍ର ତାପରେ କଂକ୍ରିଟ୍ ସ୍ଲାବ୍ ଓ ଷ୍ଟିଲ୍‌ର ସ୍ଥାୟିତ୍ୱ ପ୍ରତି ବିପଦ ଆଶଙ୍କା; ବୈଷୟିକ ଯାଞ୍ଚ ଦାବି

Sunil Chandra Nayak

୫ଟି ସଚିବ ଭି କେ ପାଣ୍ଡିୟାନଙ୍କ ରାୟଗଡା ଜିଲ୍ଲା ଗସ୍ତ

Leave a Comment

error: Content is protected !!