ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେ ଜାଣିବା ଆମେ ଜିତିବା କାର୍ଯ୍ୟକ୍ରମ

ଆମେ ଜାଣିବା ଆମେ ଜିତିବା କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି,୦୮/୦୯/୨୩ ତେନ୍ତୁଳିଖୁଣ୍ଟି ବ୍ଳକର କୁଜା ଜାନୀଗୁଡା ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଆମେ ଜାଣିବା ଆମେ ଜିତିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ରମଣି ରଞ୍ଜନ ଗରଡ଼ାଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମଟି ଶୁଭାରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ  ଏ ବିଇଓ ମଧୁସୂଦନ ବାଘ, ଗୋରାଚାନ୍ଦ ତ୍ରିପାଠୀ,ଡବ୍ଲୁ ଇ ଓ ଜଗମୋହନ ମାଝି,ସିଡିପିଓ ,ବିଦ୍ୟାଳୟ ର କମିଟିର ସଦସ୍ୟ  ସହ ଅଭିଭାବକ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତ ରେ ପ୍ରଦୀିପ ପ୍ରଜ୍ଜ୍ୱଳନ କରାଯାଇ ଉଦଘାଟିତ ହୋଇ ଥିଲା।ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀ ଅଭିଭାବକ ଙ୍କ ସହ ଷ୍ଟଲ ବୁଲିବା ସହ ଯୋଜନା ଗୁଡିକ ବିଷୟରେ ବୁଝାଇ ଥିଲେ । ସରକାର ବିଭିନ୍ନ ଯୋଜନାମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲରେ କିଭଳି ଭଲ ଖାଇବା ପିନ୍ଧିବା ସହିତ ଉଚ୍ଚ ମାନର ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ସେନେଇ ମଞ୍ଚାସୀନ ଅତିଥିମାନେ ବୁଝାଇଥିଲେ । ଅଭିିଭାବକ ମାନଙ୍କୁ ଆହ୍ୱାନ ଦେଇଥିଲେ କି ସେମାନେ ନିଜ ପିଲାମାନଙ୍କୁ ନିୟମିତ ସ୍କୁଲକୁ ପଠାଇବା ପାଇଁ ଯତ୍ନବାନ ହେବେ । ସରକାର ଆଦିବାସୀ ହରିଜନ ଛାତ୍ରୀଛାତ୍ରମାନଙ୍କ ପାଠପଢ଼ା ପାଇଁ ଅନେକ ସୁବିଧା କରିଛନ୍ତି ଏହାର ସୁଯୋଗ ନେବା ପାଇଁ ଅଭିଭାବକ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ବିଭିନ୍ନ  ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ  କୁଇଜ ଖେଳକୁଦ ପ୍ରତିଯୋଗଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ସମ୍ମନ୍ନିତ ଶିଶୁ ବିକାଶ ବିଭାଗ, ବ୍ଲକର ମନରେଗା ବିଭାଗ, ମିଶନ ଶକ୍ତି, ଆଇଟିଡିଏ ପକ୍ଷରୁ ଷ୍ଟଲ ନିର୍ମାଣ କରାଯାଇ ବିଭାଗୀୟ ବିଭିନ୍ନ ସୂଚନା ଛାତ୍ରଛାତ୍ରୀ ଓ ଅବିଭାବକମାନଙ୍କୁ ସୂଚିତ କରଯାଇଥି। ଏହି ବିଦ୍ୟାଳୟ ର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ସହଯୋଗରେ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଥିଲା।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ସମୂହ ଛୁଟିରେ ଗଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

masiha

ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ପାରୁଲ ପଟୱାରୀ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ସରକାରୀ ଜମିରେ ଅବୈଧ ଘର ନିର୍ମାଣ ପ୍ରଶାସନରୁ ବନ୍ଦ କରେଇବା ପରେ ମଧ୍ୟ ଘର କାମ ଜାରିରହିଛି 

Sunil Chandra Nayak

Leave a Comment

error: Content is protected !!