ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ରାଜେନ୍ଦ୍ର ନାଏକ, ବିଭିନ୍ନ ମହଲରୁ ଶୁଭେଚ୍ଛା

ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ରାଜେନ୍ଦ୍ର ନାଏକ, ବିଭିନ୍ନ ମହଲରୁ ଶୁଭେଚ୍ଛା

କୋକସରା,୭/୯ // ଓଡିଶା ପ୍ରଦେଶ କଂଗ୍ରେସ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି। ଏହି କ୍ରମରେ କୋକସରା ବ୍ଲକର କଂଗ୍ରେସ ଦଳର ଜଣେ ଲଢୁଆ ଯୁବନେତା ରାଜେନ୍ଦ୍ର ନାଏକ (ଭାଲୁଭାଇ)ଙ୍କୁ ଜିଲ୍ଲା ସମ୍ପାଦକ ଭାବେ ମନୋନୀତ କରାଯାଇଛି। ରାଜେନ୍ଦ୍ର ନାଏକ ପୂର୍ବରୁ କୋକସରା ବ୍ଲକ କଂଗ୍ରେସ କମିଟିର ସଭାପତି ଓ ଅନ୍ୟାନ୍ୟ ପଦପଦବୀରେ ରହି ଦଳକୁ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ନେତୃତ୍ୱ ନେଇଛନ୍ତି। ଏଣୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଛନ୍ତି। ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇ ଥିବାରୁ କଂଗ୍ରେସର ରାଜ୍ୟ ସଭାପତି ଶରତ ପଟ୍ଟନାୟକ,ବରିଷ୍ଠ ନେତା ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଧାରଣ ସମ୍ପାଦକ ଭାବେ ଚୟନ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ନୂଆପଡାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ; ଚୋରା ମଦ ଦୋକାନ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

Sunil Chandra Nayak

ଆରଣ୍ୟକ ବାରିକ୍ ସଂଘର କର୍ମ କର୍ତ୍ତା ଚୟନ

Sunil Chandra Nayak

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର  ବିଶ୍ଵ ମିତବ୍ୟୟିତା ଦିବସ ବକ୍ତୃତା ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!