ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵଚ୍ଛତା କାର୍ଯ୍ୟକ୍ରମରେ ନର୍ଲା ବସଷ୍ଟାଣ୍ଡ ଠାରୁ ମାଝୀ ପଡା ଯାଏଁ ସଫେଇ 

ସ୍ଵଚ୍ଛତା କାର୍ଯ୍ୟକ୍ରମରେ ନର୍ଲା ବସଷ୍ଟାଣ୍ଡ ଠାରୁ ମାଝୀ ପଡା ଯାଏଁ ସଫେଇ 

ନର୍ଲା :ଦୀର୍ଘ ଦିନରୁ ବସ୍ ଷ୍ଟାଣ୍ଡ ପାଖରେ ଥିବା ଯାତ୍ରୀ ମାନଙ୍କ ପାଇଁ ଉଦିଷ୍ଟ ବିଶ୍ରାମ ଗାର ଓ ଏହାର ଆଖ ପାଖ ଅଂଚଳ କାଗଜ ପତ୍ର, ଖାଲି ବୋତଲ ଓ ବିଭିନ୍ନ ପ୍ରକାର ଆବର୍ଜନା ମୟ ସାମଗ୍ରୀ ପାଇଁ ଖରାପ ପରିବେଶ ସୃଷ୍ଟି କରୁଥିଲା। ଯାହାକୁ କେହି ମଧ୍ୟ ଦୃଷ୍ଟି ଦେଉ ନଥିଲେ। ତାକୁ ଆଜି ନିଜେ ପୂର୍ବତନ ସରପଞ୍ଚ ଚିରଞ୍ଜିବି ଗୌଡ଼ିଆ ଓ ସୁମନ୍ତ ପୁଝାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫା କରିବା ଦେଖା ଯାଇଥିଲା। ଯାହାକୁ ସମସ୍ତ ବୁଦ୍ଧିଜୀବୀ ବୃନ୍ଦ ପ୍ରଶଂସା କରିଛନ୍ତି l ଦିନକୁ ଦିନ ନର୍ଲା ଜ଼ିଲ୍ଲାର ଏକ ମୁଖ୍ୟ ବ୍ୟବସାୟୀ ସ୍ଥଳୀ ପାଲଟି ସାରି ଥିବା ବେଳେ ପ୍ରତିଦିନ ବ୍ୟବସାୟ ପାଇଁ ଅନେକ ବ୍ୟକ୍ତି ବିଶେଷ ସେମାନଙ୍କ ପରିବାର ସହ ଏଠାକୁ ଆସିଥାନ୍ତି l ଦୂର ସ୍ଥାନକୁ ଯାତ୍ରା କରୁଥିବା ଅନେକ ଯାତ୍ରୀ ତଥା କଲେଜ, ଅଫିସ ଓ ଅନ୍ୟ କାର୍ଯ୍ୟ ପାଇଁ ଆସୁଥିବା ଛାତ୍ରଛାତ୍ରୀ ମାନେ ଏଠାରୁ ବସ୍ ଯୋଗେ ଯିବା ଓ ଆସିବା ପାଇଁ ଅପେକ୍ଷା କରିଥାନ୍ତି। ଯେଉଁଥିପାଇଁ ଏଠାରେ ପ୍ରବଳ ଗହଳି ରହିଥାଏ l କିନ୍ତୁ ଏହାର ସଫା ସୁତୁରା କିମ୍ବା ରକ୍ଷଣ ବେକ୍ଷଣ ପାଇଁ କେହି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ।ଯାହା ଦୁଃଖର ବିଷୟ ଅଟେ l ସମସ୍ତଙ୍କ ସୁବିଧା ପାଇଁ ପୂର୍ବ ସରପଞ୍ଚଙ୍କ ଅମଳରେ ତିଆରି କରାଯାଇଥିବା ଏହି ବିଶ୍ରାମ ଗାର ପ୍ରକଳ୍ପ ଧୀରେ ଧୀରେ ଅସାମାଜିକ ଯୁବକ ତଥା ଗାଈଗୋରୁ ମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ହିସାବରେ ଗଣା ଯିବାକୁ ଯାଉଥିବା ବେଳେ ପୂର୍ଵ ସରପଞ୍ଚ ଶ୍ରୀ ଚିରଞ୍ଜିବି ଗୌଡ଼ିଆଙ୍କ ସହିତ ଅନ୍ୟ ମାନେ ନିଜ ନିଜର ସମୟ ନଷ୍ଟ କରି ଏହାକୁ ପୁଣି ଥରେ ସଫା ସୁତୁରା ରଖିବା ଆରମ୍ଭ କରିଥିବାରୁ ଏହା ସମସ୍ତ ବ୍ୟକ୍ତି ବିଶେଷ ଙ୍କ ତରଫରୁ ସ୍ୱାଗତ କରାଯାଇଛି l ଥାନା ପାଖରୁ କନ୍ଧ ପଡା ଛକ ପର୍ଯ୍ୟନ୍ତ ଯେପରି ସବୁଦିନ ପାଇଁ ସଫା ରଖା ଯାଇ ପାରିବ ସେଥିପାଇଁ ସେ ବ୍ୟବସାୟୀ ସଙ୍ଘ, ଅଟୋ ଚାଳକ ସଙ୍ଘ, ସାମ୍ବାଦିକ ସଙ୍ଘ ସହ ପନି ପରିବା ବ୍ୟବସାୟୀ ସହ ନୂଆ ବିଜ୍ଞ୍ୟାପିତ ଅଂଚଳ ପରିଷଦର କାର୍ଯ୍ୟକର୍ତା ବୃନ୍ଦ ଓ ବିଭିନ୍ନ ରାଜନୈତିକ କର୍ମକର୍ତ୍ତାଙ୍କ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି l

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ରେ ଫେଲ ମାରିଛି ଟ୍ରାଫିକ ବ୍ୟବସ୍ଥା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଜଣାଇଲେ ସିଟିଜେନ ଫୋରମ

Sunil Chandra Nayak

ବିଶିଷ୍ଟ ଶିକ୍ଷାବିତ୍ ଜଗଦୀଶ ଦାସଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ 

masiha

ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ବୈଠକ 

masiha

Leave a Comment

error: Content is protected !!