ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ୩୭ତମ ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟନୁଷ୍ଠାନ ବାସନ୍ତୀ ପାଠାଗାରର ୩୭ତମ ବାର୍ଷିକୋତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଙ୍କ ସଭାପତିତ୍ବ, ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ବ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ଓ ସମ୍ମାନିତ ବକ୍ତା ଭାବେ ମ୍ୟୁନିସିପାଲ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ର ବିଭାଗୀୟ ମୁଖ୍ୟ ଡଃ ସନାତନ ପ୍ରଧାନପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀମତୀ କବିଶତପଥୀ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ହଂସ, ବୀଣା ଓ ପୁସ୍ତକ ହେଉଛି ଜ୍ଞାନ,ଧ୍ୟାନ ଓ ଧୈର୍ଯ୍ୟର ପ୍ରତୀକ । ତେଣୁ ମା ବାଗଦେବୀ ସମସ୍ତଙ୍କ ଆରଧ୍ୟା ଦେବୀ। ଏହାସହ ଜୀବନର ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ପଥରେ ଗଲେ କିପରି ସୁନାଗରିକ ହୋଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ବକ୍ତା ଡଃ ପ୍ରଧାନ ଭାରତୀୟ ସଂସ୍କୃତି ସହ ପରା ବିଦ୍ୟା ଓ ଅପ୍ରା ବିଦ୍ୟା ସଂପର୍କରେ ଆଲୋଚନା କରିଥିଲେ । ଆତ୍ମ ନୀରିକ୍ଷଣ, ଜୀବନ ମାନେ କର୍ମ,ମଣିଷ ଜୀବନର ଲକ୍ଷ୍ୟ,ଅଧ୍ୟୟନ ଜ୍ଞାନ ଧ୍ୟାନ ଦ୍ବାରା କିପରି ମଣିଷ ଜୀବନ ସୁସଂଗତ ଓ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବକ୍ତବ୍ଯ ମାଧ୍ୟମରେ ପ୍ରକାଶ କରିଥିଲେ । ଏହା ସହ ସାଧାରଣତନ୍ତ୍ର ଦିବସର ଆଭିମୁଖ୍ଯ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ଗୁରୁ ଫକୀର ପତି ସରସ୍ବତୀ ବନ୍ଦନା ଓ କୃପାଂଶୀ କର,ଅନନ୍ୟା ପାଢୀ,ଜ୍ୟୋତିର୍ମୟୀ ବାରିକ ଓ ଅର୍ପିତା ନାୟକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ପାଠାଗାରର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲା ବେଳେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଶ୍ରୀବେହେରା ସଭାପତିତ୍ବ ଅଭିଭାଷଣ ସହ ପାଠାଗାରର ଲକ୍ଷ୍ୟ ଓ ଆଭିମୁଖ୍ଯ ସଂପର୍କରେ ତଥା ସାଧାରଣ ସଂପାଦକ ଶ୍ରୀ ଆଚାର୍ଯ୍ୟ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ବିଶେଷ ଅବଦାନ ପାଇଁ ଗଦାଧର ରଥଙ୍କୁ ଉପଢୌକନ, ପୁଷ୍ପଗୁଛ୍ଛ ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅଜୟ ପ୍ରଧାନ, ସରୋଜ ପାତ୍ର ଓ ପାଠାଗାରର ସମସ୍ତ କର୍ମକର୍ତ୍ତା ଗଣ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଛାତ୍ର ଅଭିଭାବକଙ୍କ ଛାତ୍ରୀକୁ ମାଡ଼ ଅଭିଯୋଗରେ ସ୍କୁଲ ସମ୍ମୁଖରେ ଛାତ୍ରୀ ଅଭିଭାବକଙ୍କ ଧାରଣା     

masiha

ଶ୍ୟାମ ଜି ପରିବାର ଜୁନାଗଡ ଦ୍ଵାରା ତୃତୀୟ ବାର୍ଷିକ ଶ୍ରୀ ଶ୍ୟାମ ମହୋତ୍ସବ ପାଳିତ

masiha

ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!