ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬ ଦଫା ଦାବି ପୂରଣ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ ଲାଞ୍ଜିଗଡ଼ ବ୍ଲକ ଯୋଗାଣ ସହାୟକ ସଂଘ

୬ ଦଫା ଦାବି ପୂରଣ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ ଲାଞ୍ଜିଗଡ଼ ବ୍ଲକ ଯୋଗାଣ ସହାୟକ ସଂଘ

ଲାଞ୍ଜିଗଡ଼,୧୧/୦୯(ମନିସ)-୬ ଦଫା ଦାବି ପୂରଣକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଧାରଣାରେ ବସିଥିଲେ ଯୋଗାଣ ସହାୟକ ସଂଘର କର୍ମକର୍ତ୍ତା ! ଗତ ୨୮ ତାରିଖରୁ ଧାରଣାରେ ବସିଥିବାରୁ ସାରା ରାଜ୍ୟରେ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ଅଚଳ ହୋଇ ପଡ଼ିଥିଲା ! ଦୁଇ ସପ୍ତାହର ଆନ୍ଦୋଳନ ପରେ ରାଜ୍ୟ ସରକାର ଯୋଗାଣ ସହାୟକଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ! ଏହାପରେ ଖାଉଟିମାନଙ୍କ ନିର୍ଭରଶୀଳତାକୁ ଉପଲବ୍ଧି କରି ଯୋଗାଣ ସହାୟକମାନେ ଧାରଣାରୁ ଓହରିଯାଇଛନ୍ତି ! ଏନେଇ ଆଜି ଲାଞ୍ଜିଗଡ଼ ବ୍ଲକ ଯୋଗାଣ ସହାୟକ ସଂଘର କର୍ମକର୍ତ୍ତାମାନେ ବିଶ୍ବନାଥପୁରଠାରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଭେଟି କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଦରଖାସ୍ତ ଦେଇଛନ୍ତି ! ଲାଞ୍ଜିଗଡ଼ ବ୍ଲକ ଯୋଗାଣ ସହାୟକ ସଂଘର ସଭାପତି ରାଜେନ୍ଦ୍ର କୁମାର ମହାଖୁଡ଼, ସାଧାରଣ ସଂପାଦକ ନାରାୟଣ ପ୍ରସାଦ ନାୟକ, କୋଷାଧ୍ୟକ୍ଷ ଗୁପ୍ତେଶ୍ବର ପଧାନଙ୍କ ନେତ୍ରୁତ୍ବରେ ଉପଦେଷ୍ଟା ତାପସରଞ୍ଜନ ଦଳେଇ, ସଦସ୍ୟ ମିଥୁନ ମହାଖୁଡ଼, ସାଲେରୀରଞ୍ଜନ ମିଶ୍ର, କୁଳମଣି ବେହେରା, ବନବାସ ପାତ୍ର, କମଲ ମାଝୀ, ଦେବୀଲାଲ ସାହୁ, ଦେବରାଜ ହରିଜନ, ଚନ୍ଦ୍ରମଣି ଗଉଡ଼, ଭାଗ୍ୟବାନ ମଙ୍ଗରାଜ, ଦୁର୍ଗାପ୍ରସାଦ ମାଝୀ, ସୁଶାନ୍ତ ହରିଜନ, ବୈଜୟନ୍ତୀ ବିଶି, ପ୍ରତାପ ବିଭାର, ଲିଙ୍ଗରାଜ ଦୁର୍ଗା ପ୍ରମୁଖ ବିଡିଓ ଶ୍ରୀ ମିଶ୍ରଙ୍କୁ ଭେଟି କାର୍ଯ୍ୟରେ ଯୋଗଦାନ ସଂପର୍କିତ ଦରଖାସ୍ତ ପ୍ରଦାନ କରିଥିଲେ ! ସୂଚନାଯୋଗ୍ୟ, ଯୋଗାଣ ସହାୟକଙ୍କ ନିଯୁକ୍ତି ସ୍ଥାୟୀ କରିବା, ଦରମା ବ୍ରୁଦ୍ଧି କରିବା, ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ଲାଇସେନ୍ସ ପ୍ରଦାନ, କାର୍ଯ୍ୟରତ ଯୋଗାଣ ସହାୟକଙ୍କୁ ମ୍ରୁତ୍ୟୁକାଳୀନ ସହାୟତା ଓ ପରିବାରର ଜଣକୁ ନିଯୁକ୍ତି, ଯୋଗାଣ ସହାୟକଙ୍କୁ ଯୋଗାଣ ବିଭାଗରେ ଅନ୍ତର୍ଭୁକ୍ତ କରିବା ସହିତ ଅତିରିକ୍ତ ଯୋଗାଣ ନିରୀକ୍ଷକ ଭାବେ ଘୋଷଣା କରିବା, ପସ୍ ମେସିନ ପରିଚାଳନା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ପିଡିଏସ୍ ପରିଚାଳନାରେ ଦୁଇ ପ୍ରତିଶତ ନିଅଣ୍ଟକୁ ଭରଣା କରାଯିବା ଆଦି ଦାବି ରହିଛି ! ଆସନ୍ତା ମାସେ ମଧ୍ୟରେ ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେବା ପରେ ଯୋଗାଣ ସହାୟକମାନେ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଶ୍ରୀ ଜଗନ୍ନାଥ ପୀଠ, ବାଙ୍ଗାଲୋର ରେ ଦେବସ୍ନାନ ପୂର୍ଣିମା ପାଳିତ

masiha

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ତିରିଂ ବ୍ଳକ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

masiha

ଛାତ୍ରୀ ଆତ୍ମରକ୍ଷା କୌଶଳି ପ୍ରଶିକ୍ଷଣ ଶିବିର ଉଦଘାଟନ

masiha

Leave a Comment

error: Content is protected !!