ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ମହିଳା ସମାଜସେବୀ ଗାନ୍ଧୀ ବାଦୀ ତଥା ସର୍ବୋଦୟ ଜିଲ୍ଲା ସଭାପତି ଓ ସ୍ଵାଧୀନତା ସଂଗ୍ରାମୀ ରବି ମାଝୀ ଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି ଓ ମହିଳା ସାମାଜ ସେବୀ 

ବିଶିଷ୍ଟ ମହିଳା ସମାଜସେବୀ ଗାନ୍ଧୀ ବାଦୀ ତଥା ସର୍ବୋଦୟ ଜିଲ୍ଲା ସଭାପତି ଓ ସ୍ଵାଧୀନତା ସଂଗ୍ରାମୀ ରବି ମାଝୀ ଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି ଓ ମହିଳା ସାମାଜ ସେବୀ 

ନବରଙ୍ଗପୁର-(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ସଦର ମହକୂମା ରେ ସ୍ଵାଧୀନତା ସଂଗ୍ରାମୀ ରବି ସିଂ ମାଝୀ ଙ୍କ ଘର l ସେ ସ୍ୱାଧୀନତା ସଂଗ୍ରାମ ରେ ଯୋଗ ଦେଇ ଟୁରୀ ନଦୀ ପାପଡାହାଣ୍ଡି ଠାରେ ସହିଦ୍ ହୋଇ ଥିଲେ l ଏଇ ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଲଢ଼ୁଆ ନେତାଙ୍କ ପ୍ରଚେଷ୍ଟା ଓ ଇଂରେଜମାନଙ୍କ ଗୁଳିରେ ସହିଦ୍ ହୋଇସ୍ଵାଧୀନତା 

ଆଣିଥିବା ପରିବାର ସହିଦ୍ ସ୍ଵାଧୀନତା ସଂଗ୍ରାମୀ ରବି ସିଂ ଙ୍କ ପୁତ୍ର ବଧୁ ବିଶିଷ୍ଟ ମହିଳା ସାମାଜ ସେବୀ ଗାନ୍ଧୀ ବାଦୀ ତଥା ନବରଙ୍ଗପୁର ଭୂମିପୁତ୍ରୀ ସମ୍ମାନ ପାଇଥିବା ଏବଂ ମାଟିର ଶ୍ରେଷ୍ଠ ମା ସମ୍ମାନ ପ୍ରାପ୍ତ ସାମାଜ ସେବୀ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ ଖବର ପ୍ରକାଶିତ ହେବା ପରେ କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ ଓ ତାଙ୍କ ସହଧର୍ମିଣୀ ମହିଳା ସାମାଜସେବୀ ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ତାଙ୍କ ନିକଟରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଥିଲେ l ତାଙ୍କର ଆରୋଗ୍ୟ କାମନା କରିଥିଲେ ମା ଭଣ୍ଡାରଘରଣୀ ଓ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ l ସେ ନବରଙ୍ଗପୁର ଜିଲ୍ଲାର ସମସ୍ତଙ୍କ ସହିତ ସୁପରିଚିତ ଥିବାରୁ ସମସ୍ତେ ତାଙ୍କ ସ୍ୱାସ୍ଥ୍ୟ ଖୁବ ଶୀଘ୍ର ଆରୋଗ୍ୟ ହେବା ନେଇ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ନିବେଦନ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତଃ କୀର୍ତ୍ତନ ସ୍ବାଇଁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ

masiha

ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ

Sunil Chandra Nayak

ଗୁରୂ ଦିବସ ପାଳିତ 

masiha

Leave a Comment

error: Content is protected !!