ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ

ଜୁନାଗଡ଼,୯/୩(ମ ନି ସ) ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ମାନ୍ୟତା ଓ ମେଡ଼ିସିନ ଓ ସୁର୍ଜରୀ ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି ଦାବୀନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ଡାକ୍ତର ଖାନା ସମ୍ବୁଖରେ ଆମରଣ ଅନଶନ କରାଯାଇଛି।ଜୁନାଗଡ଼ ଡାକ୍ତରଖାନା ଜିଲ୍ଲାର ଏକ ପ୍ରମୁଖ ଡାକ୍ତର ଖାନା ହୋଇଥିବାବେଳେ ଏହି ଡାକ୍ତର ଖାନା ଅନେକ ଦିନ ରୁ ସରକାରଙ୍କ ଅବହେଳାର ଶିକାର ହୋଇ ଦୀର୍ଘ ଦିନ ରୁ ଡାକ୍ତର ପଦ ଏବଂ ଆନୁସଙ୍ଗିକ ଭିତ୍ତିଭୂମି ଅଭାବ ସହ ସମସ୍ୟା ଲାଗିରହିଛି।ଦୀର୍ଘ ଦିନରୁ ଜୁନାଗଡ଼ ବାସୀ ଏହିସବୁ ସମସ୍ୟା ପାଇଁ ସରକାରଙ୍କ ଠାରେ ଦାବୀ କରି ଆସୁଥିଲେ ମଧ୍ୟ ଏହି ସମସ୍ୟା ସମାଧାନ ହୋଇ ପାରୁନାହିଁ।ଯାହାଫଳରେ ଏହି ଡାକ୍ତର ଖାନା ଉପରେ ବ୍ଲକ, ଏନଏସି ଓ ପଡୋଶୀ ବ୍ଲକର ପ୍ରାୟ ୬ ଲକ୍ଷ୍ୟ ଲୋକ ଉପଯୁକ୍ତ ସ୍ୱାସ୍ଥ ସେବାରୁ ବଞ୍ଚିତ ହେଉଛନ୍ତି।ଏହା କେବଳ ଏକ ରେଫରାଲ ମେଡିକାଲ ଭାବେ କାର୍ଯ୍ୟକରୁଛି।ଏଣୁ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ତରଫରୁ ପୂର୍ବତନ ବ୍ଲକ ଅଧକ୍ଷ୍ୟ ରଶ୍ମିରଞ୍ଜନ ନାୟକଙ୍କ ଅଭାହନରେ ଡାକ୍ତର ଖାନା ସମ୍ବୁଖରେ ଗୁରବାର ପୂର୍ବାହ୍ନରୁ ଆମରଣ ଅନଶନ ଜାରି ରହିଛି।ସମିତି ପକ୍ଷରୁ ଦାବୀ କରାଯାଇଛି ଯେ ଜୁନାଗଡ଼ ଡାକ୍ତର ଖାନା ୧୯୩୨ ମସିହାରେ ସ୍ଥାପିତ ହୋଇଥିଲା। ଜିଲ୍ଲାର ଏକ କେନ୍ଦ୍ର ସ୍ଥଳରେ ଅବସ୍ଥିତ ଜୁନାଗଡ଼ ଡାକ୍ତରଖାନାର ଅନେକ ସମସ୍ୟା ରହିଛି।ଏଣୁ ଏହି ଡାକ୍ତରଖାନାକୁ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ଉନ୍ନିତ କରିବା ସହ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡ଼ିସିନ, ଓ ସର୍ଜରୀ,ଆନେସ୍ଥେସିୟା ବିଶେଷଜ୍ଞ ଡାକ୍ତର ଅତିଶୀଘ୍ର ନିଯୁକ୍ତି କରିବା ପାଇଁ ଦାବୀ କରାଯାଇଛି। ଏହି ଅନଶନରେ ବ୍ୟବସାୟୀ ସଂଘ ର ପ୍ରଭାତ ଦାସ ପୂର୍ଣ ସମର୍ଥନ କରି ବସିଥିବା ବେଳେ ସଂଗ୍ରାମ ସମିତିର କୁବଳେଶ୍ୱର ପାଣିଗ୍ରାହୀ, ଅନୀଲ ପଣ୍ଡା ,, ସିପିଆଇ ରୁ ଦାମୋଦର ବେହେରା, ଶ୍ରମିକ ସଂଗଠନ ରୁ ବିରଞ୍ଚି ପଣ୍ଡା,ନିର୍ମଳ ମହାନ୍ତି ,ବେଦପ୍ରକାଶ ଗୋଏଲ, ଯୁଧିଷ୍ଠିର ଦଣ୍ଡସେନା, ଏବଂ ଅନେକ ସଂଗଠର କର୍ମକର୍ତ୍ତା ସମର୍ଥନ ଜଣାଇ ସାମିଲ ହୋଇଥିଲେ।ଏହିସବୁ ଦାବୀ ପୂରଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ସଚିବ,ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ,ସ୍ୱାସ୍ଥ୍ୟ ସଚିବ ,କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ଥାନୀୟ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରେରଣ କରାଯାଇଛି।ଏହିସବୁ ଦାବୀ ପୂରଣ ନହେବା ପର୍ଯନ୍ତ ଏହି ଅନଶନ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଜାରି ରହିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚରମ ଚେତାବନୀ ଦିଆଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଭିନ୍ନ ପ୍ରକଳ୍ପ ର ଭୂମିପୂଜନ

Sunil Chandra Nayak

ଗଣେଷ ପୂଜା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ଶୁଭଖୁଣ୍ଟି ସ୍ଥାପନ  

masiha

ରାମନାଥ ଉଚ୍ଚ ବିଦ୍ୟାପୀଠ ଚଲାନ ପଡ଼ା ଠାରେ ଗୁରୁ ଦିବସ ପାଳିତ

masiha

Leave a Comment

error: Content is protected !!