ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଅନୁଷ୍ଠାନ ହ୍ବାର୍ଟସପ୍ ଗୃପରେ ଅନଲାଇନ୍ କବିତା ପ୍ରତିଯୋଗିତା, ପ୍ରଥମ ହେଲେ ପ୍ରବାସୀ ଓଡ଼ିଆ ସାହିତ୍ୟିକ

ବାଲେଶ୍ଵର,୦୪/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଗତ ୨୦୧୯ ମସିହାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ପ୍ରତିବର୍ଷ ପରି ଆରମ୍ଭ କରିଛି ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ । ଗତ ତା ୦୧/୦୧/୨୩ ରିଖରେ ଫଟୋ ପ୍ରତିଯୋଗିତା କାର୍ଯ୍ୟକ୍ରମ ମୋ ଅନୁଷ୍ଠାନ ଫେସବୁକ୍ ଗୃପରେ ଏବଂ ହ୍ବାର୍ଟସପ୍ ଗୃପରେ କ୍ଷୁଦ୍ରଗଳ୍ପ ” ନିଜ ଗାଁ ମଶାଣି ” କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ତା ୦୪/୦୧/୨୩ ରିଖରେ ମୋ ଅନୁଷ୍ଠାନ ହ୍ବାର୍ଟସପ୍ ଗୃପରେ କବିତା ପ୍ରତିଯୋଗିତା ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ଓଡିଆ ସାହିତ୍ୟ ବନ୍ଧୁମାନେ ମଧ୍ୟ ଭାଗନେଇ ଥିଲେ । ଏସମସ୍ତ କାର୍ଯ୍ୟକ୍ରମ ଅନଲାଇନ୍ ମାଧ୍ୟମରେ ହୋଇଥିଲା । କବିତା ପ୍ରତିଯୋଗିତାରେ ପ୍ରବାସୀ ଓଡ଼ିଆ ସାହିତ୍ୟିକ ଅରୁଣ କୁମାର ମହାପାତ୍ର, ବୈଜ୍ଞାନିକ ଅଧିକାରୀ, ଅଶ୍ବପୁରମ୍, ତେଲେଙ୍ଗାନା, ଜୟନ୍ତୀ ଜେନା, ବ୍ଯାସନଗର, ଯାଜପୁର, ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା ଓ ଛବିରାଣୀ ପତି, ଜଗତସିଂହପୁର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏଥିରେ ଅରୁଣ କୁମାର ମହାପାତ୍ର ପ୍ରଥମ, ଜୟନ୍ତୀ ଜେନା ଦ୍ବିତୀୟ ଓ ଅନ୍ନପୂର୍ଣ୍ଣା ସାହୁ ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜ ସାହିତ୍ୟ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି । କବିତା ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ସୁସାହିତ୍ଯିକା ଓ ସମୀକ୍ଷିକା ସୁଜାତା ଦାସ ମହାନ୍ତି । ତାଙ୍କ ସମୀକ୍ଷାକୁ ହୃଦବୋଧ କରି ଅନୁଷ୍ଠାନ ଫଳାଫଳ ଘୋଷଣା କରିଛି । ଶୀର୍ଷକ ସହିତ କୌଣସି ସାମଞ୍ଜସ୍ୟ ରହୁ ନଥିବାରୁ ଛବିରାଣୀ ପତିଙ୍କ କବିତାକୁ ଡିସମିସ୍ କରାଯାଇଛି । ଖୁବ୍ ଶୀଘ୍ର ଆପଣ ମାନଙ୍କୁ ପ୍ରମାଣ ପତ୍ର ହ୍ବାର୍ଟସପ୍ ମାଧ୍ୟମରେ ଦିଆଯିବ ।

    ମୋ ଅନୁଷ୍ଠାନର ମୂଳଲକ୍ଷ୍ୟ ଓଡିଆ ସାହିତ୍ୟର ବିକାଶ । ଧୀରେ ଧୀରେ ଓଡ଼ିଆ ସାହିତ୍ୟ ପ୍ରତି ସାଧକ/ସାଧିକା ମାନଙ୍କର ଆଗ୍ରହ କମିକମି ଆସୁଥିବାର ଦେଖାଯାଉଥିବାରୁ ତାହାକୁ ପ୍ରଖର ଗତିରେ ଆଗେଇନେବା ଅର୍ଥାତ୍ ବିକାଶକୁ ତ୍ବରାନ୍ବିତ କରିବା ମୁଳଲକ୍ଷ୍ଯ । ସେଥିପାଇଁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ସମସ୍ତ ସାହିତ୍ୟ ବନ୍ଧୁ ମାନଙ୍କୁ ଚଳଚଞ୍ଚଳ କରି ପାରିଲେ ସାହିତ୍ୟର ଦୃତ ବିକାଶ ହୋଇପାରିବ ବୋଲି ଅନୁଷ୍ଠାନ ଲକ୍ଷ୍ୟ ରଖିଛି । ତେଣୁ ସମସ୍ତ ସାହିତ୍ୟ ବନ୍ଧୁ ମାନଙ୍କର ଏଥିପ୍ରତି ଆଗ୍ରହ ବଢିବା ନିହାତି ଦରକାର ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ

Sunil Chandra Nayak

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ 

masiha

ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!