ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡୋକରିଚଞ୍ଚରାରେ ଡୋକରୀ ଦେବୀଙ୍କ ମଣ୍ଡେଇ ଯାତ୍ରା ପାଳନ

କୋକସରା,୪/୧- କଳାହାଣ୍ଡି ଜିଲ୍ଲାରର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକରିଚଞ୍ଚରା ଠାରେ ମଙ୍ଗଳବାର ଗୁଡାହାଣ୍ଡି ଉନ୍ନୟନ କମିଟିର ଆୟୋଜନରେ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଡୋକରୀ ଦେବୀଙ୍କ ନାମରେ ନାମିତ ଡୋକାରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀର ଆରାଧ୍ୟ ଦେବୀ ଓ ପାର୍ଶ୍ୱ ଦେବୀଙ୍କ ମଣ୍ଡେଇ ଯାତ୍ରା ପାଇଁ ଉତ୍ସଵ ମୁଖର ହୋଇ ପଡ଼ିଥିଲା ପର୍ଯ୍ୟଟନ ସ୍ଥଳୀ। ସୋମବାର ଅପରାହ୍ନରେ ଅଧିବାସ ସହ ମଙ୍ଗଳବାର ସକାଳୁ ଡୋକାରୀ ଦେବୀଙ୍କ ପୀଠରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଡୋକରୀ ଦେବୀ ଓ ବସ୍ତରେନ ମାଉଳି, ପାଟଦାୟିନୀ, ଠାକୁରାଣୀ ଓ ଦଣ୍ଡ ପାଟିଆଣି ପାର୍ଶ୍ୱ ଦେବୀ ମାନେ ଲାଠିକୁର୍ସି ସହ ଡୋକରିଦେବିଙ୍କ ପୀଠକୁ ପହଞ୍ଚିବା ପରେ ସମସ୍ତେ ଦେବାଦେବୀଙ୍କୁ ପୂଜକ ସୁକଚନ ପୁଝାରି, ରତନ ପୁଝାରି, ଚିତ୍ରସେନ ମାଝୀ ପୂଜାର୍ଚ୍ଚନା ପରେ ଶିରାଙ୍କ ଦେହରେ କାଲିସି ବିରାଜମାନ କରିବା ପରେ ଦେବାଦେବୀଙ୍କ ଲାଠିକୁର୍ସି ସହ ମଣ୍ଡେଇ ହାଟ ପରିକ୍ରମା କରିବା ପରେ ଦେବୀଙ୍କ ପୀଠରେ ମାନସିକଧାରୀ ମାନେ ଶୁକ୍ଲଭୋଗ ସହ ବୋଦା କୁକୁଡ଼ା ପାରା ବଳି ଦେଇଥିଲେ। ମଣ୍ଡେଇ ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମ୍ମାନିତ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ଗୁଡହାଣ୍ଡି ଉନ୍ନୟନ କମିଟିର ସଭାପତି ଭଦ୍ରଶ୍ବର ପାତ୍ର, ଉପ ସଭାପତି ଅଇରୀ ନାସନ ଚିନ୍ଦା, ସାଧାରଣ ସମ୍ପାଦକ ଘନଶ୍ୟାମ ନାଏକ, ଉପ ସଭାପତି ସୁଧୀର କୁମାର ପାତ୍ର, ସହ ସମ୍ପାଦକ ମଧୁବନ ପାତ୍ର, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ପ୍ରଧାନୀ, ସହ ସମ୍ପାଦକ ନିଳାମ୍ବର ନାଏକ ଚକାଡୋଳା ପାତ୍ର, ଯତୀନ ମାଝୀ,ଦୁଷ୍ମନ୍ତ ପାଟଯୋଷୀ ଓ ଅନ୍ୟାନ୍ୟ ସଦସ୍ୟ ଖଲିଗଡ଼, ମହିମା ଓ ଟେମରା ଗ୍ରାମବାସୀ ମାନେ ଉପସ୍ଥିତ ରହି ମଣ୍ଡେଇ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରାଇରଙ୍ଗପୁରରେ ମଥୁରାସିନୀ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଧୂମଧାମରେ ପାଳିତ

Sunil Chandra Nayak

ବାଲିଗୁଡାରେ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ :ଏପ୍ରିଲ ୨୩ ରୁ ଯାତ୍ରା ଆରମ୍ଭ 

Sunil Chandra Nayak

କୁମ୍ଭାରୀଠାରେ ୫୧ ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ-୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!