ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

l l l ଜଣାଣ l l l

   ମାନଗୋବିନ୍ଦ ସ୍ବାଇଁ

ଯେଉଁଠି ସେନେହ ଯେଭଁଠ ମମତା
     ଲାଗି ଥାଏ ନିରନ୍ତର
ଭାବନା ଉତ୍ତମ ଚିନ୍ତା ବି ମହତ
    ଶାନ୍ତି ସଦା ପରିବାର।
ଘର ମୋ ମନ୍ଦିର ବ୍ୟକ୍ତି ବି ଈଶ୍ୱର
       ପୂଜା ପାଠ ରାତି ଦିନ
ପ୍ରାର୍ଥନା କରୁଛି ଭକ୍ତି ବି ମାଗୁଛି
     ‌ ବଂଶ ରକ୍ଷା ଭଗବାନ।
 ସୁଖଶାନ୍ତି ଥାଉ ଆଶା ମହାବାହୁ
         ତୁମରି କରୁଣା ପଦ
ସଂସାର ଜଞ୍ଜାଳ ବିପଦ ସୁରକ୍ଷା 
        ଆଶିର୍ବାଦ ସୁସମ୍ବାଦ।
ବିଶ୍ବର ମୂରବୀ ତୁମେ ପ୍ରଭୁ ଜଣେ
        ତୁମ ଛଡ଼ା କିଏ ଅଛି
ଅପାର କରୁଣା ଢାଳି ଦିଅ ପ୍ରଭୁ
      ଜଗତ ଉଠୁ ମୋ ହସି।
ଦୁଃଖ କଷ୍ଟ ସହି ସଂସାର ଭିତରେ 
     ଧର୍ଯ୍ୟ ସାହସ ଦେ ହରି
ତୁମ ପଥ ଧରି ହେବି ଆଗେ ପାରି
     ଏତିକି ପାଦେ ଗୁହାରୀ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଶ୍ରୀ ଚନ୍ଦ୍ର ଶେଖର ଶବର ଙ୍କ କବିତା // ମୌସୁମୀ ପ୍ରବେଶ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା //ସକାଳର ଜଣାଣ // ଯେଉଁ ଦିନ ପ୍ରଭୁ

Sunil Chandra Nayak

ପୁରୁଷୋତ୍ତମ ପରିଡ଼ା ଙ୍କ କବିତା ନବ ଯୌବନ 

Sunil Chandra Nayak

Leave a Comment

error: Content is protected !!