ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

l l l ଜଣାଣ l l l

   ମାନଗୋବିନ୍ଦ ସ୍ବାଇଁ

ଯେଉଁଠି ସେନେହ ଯେଭଁଠ ମମତା
     ଲାଗି ଥାଏ ନିରନ୍ତର
ଭାବନା ଉତ୍ତମ ଚିନ୍ତା ବି ମହତ
    ଶାନ୍ତି ସଦା ପରିବାର।
ଘର ମୋ ମନ୍ଦିର ବ୍ୟକ୍ତି ବି ଈଶ୍ୱର
       ପୂଜା ପାଠ ରାତି ଦିନ
ପ୍ରାର୍ଥନା କରୁଛି ଭକ୍ତି ବି ମାଗୁଛି
     ‌ ବଂଶ ରକ୍ଷା ଭଗବାନ।
 ସୁଖଶାନ୍ତି ଥାଉ ଆଶା ମହାବାହୁ
         ତୁମରି କରୁଣା ପଦ
ସଂସାର ଜଞ୍ଜାଳ ବିପଦ ସୁରକ୍ଷା 
        ଆଶିର୍ବାଦ ସୁସମ୍ବାଦ।
ବିଶ୍ବର ମୂରବୀ ତୁମେ ପ୍ରଭୁ ଜଣେ
        ତୁମ ଛଡ଼ା କିଏ ଅଛି
ଅପାର କରୁଣା ଢାଳି ଦିଅ ପ୍ରଭୁ
      ଜଗତ ଉଠୁ ମୋ ହସି।
ଦୁଃଖ କଷ୍ଟ ସହି ସଂସାର ଭିତରେ 
     ଧର୍ଯ୍ୟ ସାହସ ଦେ ହରି
ତୁମ ପଥ ଧରି ହେବି ଆଗେ ପାରି
     ଏତିକି ପାଦେ ଗୁହାରୀ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଜାନକୀ ମହାନ୍ତ ଙ୍କ କବିତା = ମିଠା ଦରଜ

Sunil Chandra Nayak

ମଧୁ ସୁଧନ ମହାପାତ୍ର ଙ୍କ କବିତା = ଦୁଃଖ ଅପ୍ରମିତ

Sunil Chandra Nayak

ମାମି ପାତ୍ର ଙ୍କ କବିତା // ଉଜାଗରେ ରହି ଜାଳେ ଜାଗର

Sunil Chandra Nayak

Leave a Comment

error: Content is protected !!