ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରତିମା ଶତପଥି ଙ୍କ କବିତା l l ପୌଷ ପୂର୍ଣ୍ଣିମା l l

l l ପୌଷ ପୂର୍ଣ୍ଣିମା l l

ପ୍ରତିମା ଶତପଥି

ଥୁରୁ ଥୁରିଆ ଶିତ ନେଇକି
      ପଉଷ ମାସ ଆସେ
ଚାଷୀ ଭାଇର ଖଳାରେ ଆସି
     ଫସଲ ହାଟ ବସେ ।
ଧାନ ଫସଲ ହୁଏ ଅମଳ
     ନୂଆ ଚାଉଳ ନେଇ
ପୁଷ ପୁନେଇଁ ରେ କରନ୍ତି ମଣ୍ଡା 
     ରାଶି ପୁରକୁ ଦେଇ ।
 ପ୍ରଭୁ ଶ୍ରୀ ରାମ ଲଙ୍କାର ରାଜା
     ରାବଣକୁ ଯେ ମାରି
ଅଯୋଧ୍ୟାକୁ ଯେ ସୀତାଙ୍କ ସାଥେ
    ଆସିଣ ଥିଲେ ଫେରି ।
ପୌଷ ପୂର୍ଣ୍ଣିମା ଦିନ ହୋଇଲା
    ରାମଙ୍କ ଅଭିଷେକ 
ସେହଦିନଠାରୁ ଏହି ପୂର୍ଣ୍ଣମୀ
     ଅଭିଷେକ ନାମେ ଖ୍ୟାତ ।
ଏବେ ବି ରାଜପୁତ ବଂଶ ରେ
     ପଇତା ଦିଆ ଯାଏ
ବ୍ରାହ୍ମଣ ନନା ପଇତା ଦ୍ୟନ୍ତି
     ପୂଜା ଆରମ୍ଭ ହୁଏ ।
ଜଗନ୍ନାଥଙ୍କ ଅଭିଷେକ ଯେ
     ପୁରୀରେ ହେଉଅଛି
ପୌଷ ପୂର୍ଣ୍ଣମୀ ପୁଷ୍ୟାଭିଷେକ
    ନାମେ ବିଦିତ ଅଛି ।
ଅନେକ ଆଡେ ପୁଷ ପୁନି ଯେ
      ପରବ ପାଳିଥାନ୍ତି 
ନାନା ପ୍ରକାର ପିଠା ପଣା କୁ
    ଖାଇ ମଜା ନିଅନ୍ତି ।
ପୁଷ ମାସରେ ଖଇ ଖାଇବା
   ଦେହକୁ ବଡ ହିତ
ଶିତ ରୁତୁରେ ଏ ପର୍ବ ପଡ଼େ
    ଖୁସିରେ ପାଳନ୍ତିତ ।

ଜିଲ୍ଲା,, ଯାଜପୁର…

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  l l l ଦଉଡ଼ି l l l

Sunil Chandra Nayak

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା l l ଜଗନ୍ନାଥ ଦାରୁବ୍ରହ୍ମ

Sunil Chandra Nayak

ଡ଼ା. ଦେବୀ ପ୍ରସାଦ ମିଶ୍ର ଙ୍କ ଗୋଟିଏ ସନେଟ : ଦୁର୍ଘଟଣା : ଜଗନ୍ନାଥ

Leave a Comment

error: Content is protected !!