ସାହିତ୍ୟ ଅଗଣାତ୍ରିଲୋଚନ ପାଢୀ ଙ୍କ କବିତା = ପବିତ୍ର ଅକ୍ଷୟ ତୃତୀୟା by Sunil Chandra NayakApril 23, 2023032 Share0 ପବିତ୍ର ଅକ୍ଷୟ ତୃତୀୟା ତ୍ରିଲୋଚନ ପାଢୀ (ଶିକ୍ଷକ) ଓଡ଼ିଆ ସଂସ୍କୃତି ପ୍ରଥା ପରମ୍ପରା ଧର୍ମ ଭାବନା ମହାନ ବୈଶାଖ ମାସରେ ଅକ୍ଷୟ ତୃତୀୟା ହୁଏ ଵିଧିରେ ପାଳନ l ଅକ୍ଷୟ ତୃତୀୟା ପବିତ୍ର ତିଥିର ଅମୃତ ମାହେନ୍ଦ୍ର ବେଳ କ୍ଷେତରେ ପହଞ୍ଚି ଚାଷୀ ଭାଇ କରେ ଅଖିମୁଠି ଅନୁକୂଳ l ବେତୁଲି ଗଉଣି ଗୋମୟରେ ଲିପି ସେଥିରେ ଚିତା ପକାଇ ଅଖିମୁଠି ଧାନ ଚାଷୀର ଘରଣୀ ଯତନରେ ରଖିଥାଇ l ଶୁଭବେଳେ ଚାଷୀ ନୂଆବସ୍ତ୍ର ପିନ୍ଧି ଅଖି ବେତୁଲି ମୁଣ୍ଡାଇ କ୍ଷେତରେ ପହଞ୍ଚି ଧୂପଦୀପ ଦେଇ ଅଖିମୁଠି ଚାଳିଥାଇ l ଅକ୍ଷୟ ତୃତୀୟା ପବିତ୍ର ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଗଢ଼ା ଅନୁକୂଳ ପାଲିଙ୍କିରେ ବିଜେ ଶ୍ରୀମଧୁସୂଦନ ହୁଏ ଚନ୍ଦନର ଚାପଖେଳ ll ସମ୍ପାଦକ,ସମ୍ବାଦ ସାହିତ୍ୟ ଘର,ନାଉଗାଁ ସମ୍ପାଦକ,ତ୍ର୍ୟମ୍ବକଂ ସା/ପୋ:-ନନ୍ଦିଗ୍ରାମ ଭାୟା:-ନାଉଗାଁ ହାଟ ଜିଲ୍ଲା:-ଜଗତସିଂହପୁର