ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା = ଅକ୍ଷୟ ତୃତୀୟା

  ଅକ୍ଷୟ ତୃତୀୟା

ସୁରେନ୍ଦ୍ର କୁମାର ବେହେରା

ବାର ମାସେ ତେର ପରବ ଏରାଜ୍ୟେ
କେଉଁ କାଳୁ ରହିଅଛି
ଅକ୍ଷୟ ତୃତୀୟା ଏଦେଶ କୃଷକ
ଆନନ୍ଦ ମନେ ପାଳୁଛି ।1।
ବଇଶାଖ ମାସ ଶୁକ୍ଳ ତୃତୀୟାରେ
ଅକ୍ଷୟ ତୃତୀୟା ଦିନ
କୃଷକ ଘରଣୀ ଘର ଦ୍ୱାର ଲିପି
ଆଙ୍କେ ଝୋଟି ଚିତା ମାନ ।2।
ଟୋକେଇରେ ଚିତା ହଳଦୀ ସିନ୍ଦୂର 
ଚନ୍ଦନର ଟୋପା ଦେଇ
ଭୋଗ ରାଗ ନାନା ପିଠାପଣା ସାଥେ
ଅଖି ମୁଠି ରଖିଦେଇ ।3।
କୃଷକ କ୍ଷେତରେ ଐଶାନ କୋଣରେ
ଅଖି ମୁଠି ବୁଣି ସାରି
କ୍ଷେତରେ ଫସଲ ହସାଇବୁ ଘର
କରେ ଲକ୍ଷ୍ମୀଙ୍କୁ ଗୁହାରି ।4।
ତପସ୍ୟା ବଳରେ ଭଗିରଥ କଲେ
ଗଙ୍ଗା ଧରାଵତରଣ
ଏପୁଣ୍ୟ ତିଥିରେ ବୀର ପର୍ଶୁରାମ
ବ୍ୟାସ ଦେବ ଙ୍କର ଜନ୍ମ ।5।
ପ୍ରଭୁ ବଳଦେବ ଆଜିପରା ଦିନେ
ରେବତୀ ପାଣି ଗ୍ରହଣ
ସଂସାର ପାଳନେ ଆବିର୍ଭାବ ଲକ୍ଷ୍ମୀ
କଲେ ଧରାଵତରଣ ।6।
ଚାରିବେଦ ରଚିଥିଲେ ବ୍ୟାସଦେବ
ଗଣେଶଙ୍କ ଲେଖନୀରେ
ଶ୍ରୀଗୀତ ଗୋବନ୍ଦ ଜୟଦେବ ଲେଖି
ପରିଚିତ ଘରେ ଘରେ ।7।
ଆଜିର ଦିନରେ ଯେଉଁକାମ କର
ପୂର୍ଣ୍ଣ ହୁଏ ମନସ୍କାମ
ଓଡ଼ିଆ ସଂସ୍କୃତି ଆମ ପରମ୍ପରା
ସାରା ଜଗତେ ମହାନ ।8।

ଜିତିପୁର ,ହରିପୁର ହାଟ ,ଯାଜପୁର 

Related posts

ପ୍ରେମଲତା ଙ୍କ କବିତା // ଭାବନାରେ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା // ଭଗ୍ନ ସ୍ୱପ୍ନର ସହରରେ

Sunil Chandra Nayak

Leave a Comment

error: Content is protected !!