ସାହିତ୍ୟ ଅଗଣାତ୍ରିଲୋଚନ ପାଢ଼ୀ ଙ୍କ କବିତା //ମାଘମାସ ଜାଡ by Sunil Chandra NayakJanuary 13, 2023044 Share0 ମାଘମାସ ଜାଡ ତ୍ରିଲୋଚନ ପାଢ଼ୀ (ଶିକ୍ଷକ ) ପୌଷ ମାସ ପରେ ଧରାକୁ ଆସଇ ମାଘ ମାସ ବାଘ ପରି ମାଘ ମାସରେ ତ ହାଡ଼ ଭଙ୍ଗା ଜାଡ ଦେହ ହାତ ଯାଏ ଥରି l ଘନ କୁହୁଡିରେ ଦିଗ ଦିଶେ ନାହିଁ ବହେ କାଲୁଆ ପବନ ଶୀତ କବଳରୁ ରକ୍ଷା ପାଇବାକୁ ଲୋଡ଼ା ହୁଏ ଶୀତ ବସ୍ତ୍ର l ମାଘମାସ ପରା ଅମଳର ଋତୁ ଧାନ ହୁଅଇ ଅମଳ ମାଘ ମାସରେ ପନିପରିବାଠୁ ଫୁଲଫଳର ସମ୍ଭାର l ମକର ସଂକ୍ରାନ୍ତି ତ୍ରିବେଣୀ ଅମାସ୍ୟା ତା ସହିତ ଶ୍ରୀପଞ୍ଚମୀ ମାଘ ସପ୍ତମୀଠୁ ଅଗ୍ନି ଉତ୍ସବ ପାଳନ ହୁଅଇ ପୁଣି l ମାଘମାସରେ ତ ହାଡ଼ଭଙ୍ଗା ଜାଡ ଆସିଥାଏ ଧରାପରେ କାଲୁଆ ପବନ ସାଙ୍ଗକୁ ଶୀତରେ ଦେହହାତ ସବୁ ଥରେ ll ସମ୍ପାଦକ,ସମ୍ବାଦ ସାହିତ୍ୟ ଘର,ନାଉଗାଁ ସା/ପୋ:-ନନ୍ଦିଗ୍ରାମ ଭାୟା:-ନାଉଗାଁ ହାଟ ଜିଲ୍ଲା:-ଜଗତସିଂହପୁର