ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା // କଥାରେ କରିଛ ବନ୍ଦୀ

   କଥାରେ କରିଛ ବନ୍ଦୀ

    ସୁରେନ୍ଦ୍ର କୁମାର ବେହେରା

 ରୂପସୀ ଚାତୁରୀ ପ୍ରିୟା ସୁନାଗୋରୀ
କଥାରେ କରିଛ ବନ୍ଦୀ
 ପ୍ରୀତି ମଲ୍ଲାରକୁ ଶୁଣାଇ ମାନସୀ
ତୁମ ପ୍ରେମେ ଦେଲ ଛନ୍ଦି ।1।
ଗୋଲାପୀ ଅଧରେ ହସର ଜୁଆର
ଏମନକୁ ଗଲା ଛୁଇଁ
ଆଖିରେ ଆଖିଏ ଅକୁହା କାହଣୀ
ପ୍ରୀତି କଥା ଦିଏ କହି ।2।
ରୂପରେ ଗୁଣରେ ସରଗର ପରୀ
ହେବ ମୋର ପ୍ରିୟତମା
ସପନ ରାଇଜ ରାଜ କୁମାରୀଗୋ
ନାହିଁ ରୂପର ତୁଳନା ।3।
କୃଷ୍ଣଚୂଡା କିବା ରଙ୍ଗ ମାଖିଦେଲା
ତୁମ ଗୋଲାପୀ ଅଧରେ
 ହୃଦୟରେ ମୋର ଶୂନ୍ୟତାକୁ ଭରି
 ଆସମୋ ସୁଖ ସ୍ୱପ୍ନରେ ।4।
କେବେବି କଳ୍ପନା କରିବିନି ମନେ
ତମେ ଆନମନା ହେବ
ଆଶା ନେଇ ତମ ପଥକୁ ଚାହିଁଛି
 ଫଗୁଣେ ପ୍ରିୟା ଆସିବ ।5।
ଝଙ୍କୃତ ହୋଇବ ତମରି ଓଠରୁ
ନିତି ପ୍ରୀତି ସାରେଗାମା
ପାଦର ନିକ୍ଵଣ ଶବଦେ ହସିବ
 ମୋ ଅଗଣା ପ୍ରିୟତମା ।6।
ତମକୁ ନେଇମୁଁ ଅନେକ ସପନ
 ରାତି ଅଧେ ଦେଖେ ପ୍ରିୟା
ପ୍ରିୟତମା ମୋର ହୋଇବ ମାନସୀ
ଜାଣିବ ସାରା ଦୁନିଆଁ ।7।

ସୁରେନ୍ଦ୍ର କୁମାର ବେହେରା

ଜିତିପୁର ,ହରିପୁର ହାଟ, ଯାଜପୁର

Related posts

ନନ୍ଦିନୀ ରାଉତ ଙ୍କ କବିତା // ବେଦନା

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା – ।। ସିନ୍ଦୂର।।

masiha

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା _ଶୀତ ସକାଳ _

Sunil Chandra Nayak

Leave a Comment

error: Content is protected !!