ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜାନକୀ ମହାନ୍ତ ଙ୍କ କବିତା// ଇଂରାଜୀ ନବ ବରଷ-୨୦୨୩

 ଇଂରାଜୀ ନବ ବରଷ-୨୦୨୩

   ଜାନକୀ ମହାନ୍ତ

 (ରାଗ -ଚୋଖି)
ନୂତନ ବରଷ ଆସି 
ଦେଇଯା’ ମନରେ ଖୁସି
ପ୍ରବେଶ କରିଣ ହସି ତୁହି ତେଇଶି 
ନବୀନ ଆକାଙ୍କ୍ଷା ଆଶା
ଉଲ୍ଲାସ ଦୃଢ଼ ଭରସା
ଦିଅହେ ମୋହରି ପ୍ରାଣେ ମଧୁ ବରଷି
ବାଇଶି ନେଉଛି ବିଦାୟ…..
କଷଣ ଆଉ ନ ଦିଅ ହୁଅ ସଦୟ।।
 ।।୧।।
ସ୍ୱାଗତ କରୁଛି ଆଜି
ଗୋବିନ୍ଦ ନାମଟି ଭଜି
ଆଗମନୀ ବାର୍ତ୍ତା ଦେଇ ପୁଷ୍ପେ ବନ୍ଦାଇ
ହସିବ ଧରଣୀ ରାଣୀ
ସମୃଦ୍ଧି ଓଢ଼ଣୀ ଟାଣି
ଆଶାର ଆଦିତ୍ୟ ନବ ଜ୍ୟୋତି ଦେଖାଇ
ମଧୁପ ମଧୁର ଯେ’ ଗାଏ…..
ଶୀତଳ ସମୀର ବାର୍ତ୍ତା’ ସରବେ ଦିଏ।।  
।।୨।।
ଅମୀୟ ସୁଷମା ଭରି
ସତ୍ୟ ଧର୍ମକୁ ଆଚରି
ପ୍ରେମର ବର୍ତ୍ତିକା ଜାଳି ଦେବି ଗରବେ
ଅନ୍ୟାୟ ଅନୀତି ତ୍ୟାଗି
ଜାତୀୟତା ଦେବି ଜାଗି
ବିଶ୍ୱ ଶାନ୍ତି ଗୀତ ଗାଇ ଆନନ୍ଦରବେ
ନୂଆ ସମ୍ଭାବନା ସଞ୍ଚାରି…
ସବୁରି ପ୍ରାଣରେ ସୁଧା ଦେବି ଯେ ଭରି ।।
।।୩।।
ଭାରତ ମାଆର ରକ୍ଷା
କରିବି ମାଟି ସୁରକ୍ଷା
ଭାତୃତ୍ବ ବନ୍ଧନ ସୂତ୍ରେ ବାନ୍ଧି ସଭିଙ୍କୁ
କଳୁଷ କାଳିମା ଦୂର
ଗଢ଼ି ସୁସ୍ଥ ସମାଜର
ଶିଖାଇ ଏକତା ମନ୍ତ୍ର ବିଶ୍ୱ ବାସୀଙ୍କୁ
ସାହିତ୍ୟର କରି ଉନ୍ନତି…..
ଦେଶରେ ଆସିବ ଦିନେ ଶିକ୍ଷା ପ୍ରଗତି।।
।।୪।।
ନାରୀ ଯେ’ ସ୍ୱାଧୀନ ହେଉ
ଶୋଷଣ କଷଣ ଯାଉ
ସୈନିକ କୃଷକ ପାଉ ଉଚ୍ଚ ସମ୍ମାନ
ସୁନାଗରିକତା ଭାବ
ଦେଶାତ୍ମବୋଧ ସ୍ୱଭାବ
ଆଣିବ କବିର ଏହି କଲମ ମୁନ
କ୍ରାନ୍ତିର କରିଣ ସର୍ଜ୍ଜନ……
ନବୀନ ବରଷେ ହେବ ଅସିରୁ ତୀକ୍ଷ୍ଣ।।
।।୫।।
କରୁଛି ଅଭିନନ୍ଦନ 
କେଶବମୁରାରି ଘେନ
ଗୃହରେ ପାଆନ୍ତୁ ପୂଜା ମୋ ପିତାମାତା
ଦୂର ହେଉ ଭ୍ରଷ୍ଟାଚାର 
ଯାଉ ମନୁ ଅହଙ୍କାର 
ହସର ଫୁଆର ଫେରୁ ପରମପିତା
ଏସନ କରୁଛି ଗୁହାରି…..
ମିଳୁ ଆଶୀର୍ବାଦ ତୋର ପ୍ରଭୁ ଶ୍ରୀହରି।।
 ।।୬।।

 ରାଜ୍ୟ ଉପ-ସଭାପତି

 ଓଡ଼ିଶା ସାହିତ୍ୟିକ ସଂଗଠନ
 ଭୁବନେଶ୍ୱର,ଓଡ଼ିଶା
 ବେଙ୍ଗାଲୁରୁ

Related posts

ମିନତି ଦାଶ ଙ୍କ କବିତା // ମହାଶିବରାତ୍ରୀ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା  = ରାବଣ ବଧ =

Sunil Chandra Nayak

ପ୍ରତାପ କେଶରୀ ସାହୁ ଙ୍କ କବିତା l l ନୂଆଁ ବରଷ ୨୦୨୩ l l

Sunil Chandra Nayak

Leave a Comment

error: Content is protected !!