ସାହିତ୍ୟ ଅଗଣାପ୍ରତାପ କେଶରୀ ସାହୁ ଙ୍କ କବିତା l l ନୂଆଁ ବରଷ ୨୦୨୩ l l by Sunil Chandra NayakJanuary 1, 2023065 Share1 l l ନୂଆଁ ବରଷ ୨୦୨୩ l l ଦୁଇ ହଜାର ତେଇଶ ମସିହ। ସ୍ୱାଗତଂ କରୁଛୁ ଆମେ । ନୂତନ ପ୍ରେମର ଆଲୋକେ ଆସହେ ନବିନ ସୂରୁଜ ତୁମେ ।।୧।। ନୂଆଁ ଆଶା ନୂଆଁ ପ୍ରେରଣା ଝଲକ ବୁଣି ନବ ରଶ୍ମିରେ । ସେନେହ ଶରଧା ପ୍ରେମ ର ଛିଟା ପଡୁ ସବୁରି ହୃଦେ ।।୨।। ସ୍ଥାନେ ସ୍ଥାନେ ଭରିଦିଅ ଆନନ୍ଦ ଉଲ୍ଲାସ ଖୁସିର ପର୍ବ । କାହାକୁ କେବେବି ଦିଅ ନାହିଁ ତୁମେ ମଣିଷ ମନରେ ଗର୍ବ ।।୩।। ହିଂସା ଅହଂକାର ଦ୍ୱେଷ କୁଟିଳଭାବ ମଣିଷ ମନେ ନ ରହୁ । ସଦାବେଳେ ଶୁଭୁ ଥାଉ ହରି ନାମ ଭକତି ଝରଣା ବହୁ ।।୪।। ମହତ ପଣିଆ ମହତ କାମର ପଡୁ ହୃଦେ ମୂଳଦୁଆ । ଭେଦଭାବ ଭୁଲି ଏକାଠି ରହନ୍ତୁ ହସିଉଠୁ ଏ ଦୁନିଆ ।।୫।। ପ୍ରତାପ କେଶରୀ ସାହୁ ପଲମ,ନର୍ଲା,କଳାହାଣ୍ଡି