ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରତାପ କେଶରୀ ସାହୁ ଙ୍କ କବିତା l l ନୂଆଁ ବରଷ ୨୦୨୩ l l

  l l ନୂଆଁ ବରଷ ୨୦୨୩ l l

ଦୁଇ ହଜାର ତେଇଶ ମସିହ।
ସ୍ୱାଗତଂ କରୁଛୁ ଆମେ ।
ନୂତନ ପ୍ରେମର ଆଲୋକେ ଆସହେ
ନବିନ ସୂରୁଜ ତୁମେ ।।୧।।
ନୂଆଁ ଆଶା ନୂଆଁ ପ୍ରେରଣା ଝଲକ
ବୁଣି ନବ ରଶ୍ମିରେ ।
ସେନେହ ଶରଧା ପ୍ରେମ ର ଛିଟା 
ପଡୁ ସବୁରି ହୃଦେ ।।୨।।
ସ୍ଥାନେ ସ୍ଥାନେ ଭରିଦିଅ ଆନନ୍ଦ
ଉଲ୍ଲାସ ଖୁସିର ପର୍ବ ।
କାହାକୁ କେବେବି ଦିଅ ନାହିଁ ତୁମେ
ମଣିଷ ମନରେ ଗର୍ବ ।।୩।।
ହିଂସା ଅହଂକାର ଦ୍ୱେଷ କୁଟିଳଭାବ
ମଣିଷ ମନେ ନ ରହୁ ।
ସଦାବେଳେ ଶୁଭୁ ଥାଉ ହରି ନାମ
ଭକତି ଝରଣା ବହୁ ।।୪।।
ମହତ ପଣିଆ ମହତ କାମର
ପଡୁ ହୃଦେ ମୂଳଦୁଆ ।
ଭେଦଭାବ ଭୁଲି ଏକାଠି ରହନ୍ତୁ
ହସିଉଠୁ ଏ ଦୁନିଆ ।।୫।।

ପ୍ରତାପ କେଶରୀ ସାହୁ

ପଲମ,ନର୍ଲା,କଳାହାଣ୍ଡି

Related posts

ତ୍ରିଲୋଚନ ପାଢୀ ଙ୍କ କବିତା // ଆହେ ପ୍ରଭୁ ମହାବାହୁ

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା // ତୁମେ ଆଉ ମୁଁ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ହେଜ ହେ ସୁମନ

Sunil Chandra Nayak

Leave a Comment

error: Content is protected !!