ସାହିତ୍ୟ ଅଗଣାନିରଞ୍ଜନ ସାହୁ ଙ୍କ କବିତା // ଭାଗ୍ୟବାନ ଅଟେ ସେଇ… by Sunil Chandra NayakJanuary 11, 20230164 Share0 ଭାଗ୍ୟବାନ ଅଟେ ସେଇ…. ନିରଞ୍ଜନ ସାହୁ ମଣିଷ ମରିଲେ ଶବ ହୋଇଯାଇ ମଶାଣି ଭୂଇଁ କୁ ଯାଏ ଜୁଇ ପରେ ଶୋଇ ଅଗ୍ନିରେ ଦହି ପାଉଁଶ ମୁଠାଏ ହୁଏ ଜୀବନ କାଳରେ ବୟସ ବଳରେ ବାହୁବଳେ ବଳିୟାନ ବଳ ଖସିଗଲେ ଶରୀର ଥମିବ ଶରୀରରୁ ଯିବ ପ୍ରାଣ ଶ୍ରୀରୀର ରେ ଥିବା ଯେତେ ଅଳଙ୍କାର ସବୁଯାକ କାଢ଼ିନେବେ ନୂଆଁ ବସ୍ତ୍ର ସଙ୍ଗେ ଶରୀର ଘୋଡେଇ ଚାରି କାନ୍ଧେ ବୋହି ନେବେ କୋଠା ବାଡ଼ି ସହ ଧନ ଦୌଲତ କିଛି କାମ ଦେବ ନାହିଁ ଚାରି କାନ୍ଧରେ ବୁହା ହୋଇଯିବ ରାମ ନାମ ସତ୍ୟ କହି ଜୀବନଟା ଅଟେ ମରୁ ମରୀଚିକା ଏଇ ଅଛି ଏଇ ନାଇଁ ଜୀବନକୁ ଯିଏ ଉପଭୋଗ କରେ ଭାଗ୍ୟବାନ ଅଟେ ସେଇ ଜୟପୁର,କୋରାପୁଟ