ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାମି ପାତ୍ର ଙ୍କ କବିତା __ ଶୀତ __

__ ଶୀତ __

ଆସିଛି ଆସିଛି ଶୀତ ଆସିଛି
ଧଳା ରଙ୍ଗର ଚାଦର ଟାଣି
ମୁଣ୍ଡରେ ତାର ଓଢ଼ଣୀ ଦେଇ
ଟାଣିଛି ମୁଣ୍ଡରେ ଚନ୍ଦନ ଗାର
ଟପ ଟପ ପଡେ କୁହୁଡି ବିନ୍ଦୁ
ଝର ଝର ପଡେ ପାଣିର ଧାର
ରାତି ଆରମ୍ଭରୁ ସକାଳ ପର୍ଯ୍ୟନ୍ତ
ଧରଣୀ ରାଣୀକୁ ଘୋଡାଏ ଶୀତ ।
ସକାଳ ସୁରୁଜ ପହିଲି କିରଣ 
ଗାଁ ମୁଣ୍ଡରେ ପୋଖରୀ ହୁଡ଼ାରେ
ଗଛ ପତର କାଠ ଜାଳରେ
ପିଇଁଥାନ୍ତି ନିଆଁ 
ମାର୍ଗଶୀର ମାସ ସୁନେଲି କ୍ଷେତରେ
କାନ୍ଦେ ବାଉଁଗୀ ଧାନର ବାଡି
ସୁବୁଜିମା ବାଡି ଯାଉଛି ଭରି
ଚାଷୀଭାଇ ଗାଉଛି ମନଭରି ଗୀତ।
ଗୁହାଳେ ଗାଈ ହମ୍ବା ରଡିରେ
ନୂଆବୋହୂଟି ଖିଲି ଖିଲି ହସିଦେଇ
ନଡ଼ା, ପତର ଜାଳେ ଚୁଲି ପାଖେ ବସି
ଟାଣି ଲମ୍ବା ମୁଣ୍ଡେ ଓଢ଼ଣୀ ତାର।
ଶୀତର ପରସ ବାଜିଲେ ଦେହେ
କମଳ ତଳେ ଉଷୁମ ଟାଣେ
କାମ କରିବାକୁ ମନ ନହୁଏ
ଗୁରୁ ଗୁରୁ ହୋଇ ଦିନଟି କାଟେ ।

ମାମି ପାତ୍ର

 ତିହିଡି ଭଦ୍ରକ

Related posts

ମାମି ପାତ୍ର ଙ୍କ କବିତା l l l ଭୋକ l l l

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା _ ମାୟା ବଜାର _

Sunil Chandra Nayak

ଟିପିଏନଡିଓଲର ଦାଦାଗିରି ; ବିଦ୍ୟୁତ କାଟ ଅଭିଯାନ ବେଳେ ଆଦିବାସୀ ଦମ୍ପତ୍ତି’ଙ୍କ ଉପରେ ଆକ୍ରମଣ ଓ ଦୁର୍ବବ୍ୟବହାର

Sunil Chandra Nayak

Leave a Comment

error: Content is protected !!