ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

l l l ଜଣାଣ l l l

 

ମାନଗୋବିନ୍ଦ ସ୍ବାଇଁ

ରାତି ଗଲା ପାହି ସ୍ବପ୍ନ ଗଲା ରହି
       ପ୍ରଭୁ ତୁମରି ନାମରେ
ଆସୁ ସେହି ରାତି ବଢୁ ମୋର ପ୍ରୀତି
       ଭକ୍ତି ମୋର ଭାବନାରେ।
ନବ ବର୍ଷ ହେଉ ସୁଖ ଶାନ୍ତି ବର୍ଷ
      ସର୍ବେ ମୋ ଅଭିନନ୍ଦନ
ପ୍ରଣାମ କରୁଛି ଭକତି କରୁଛି 
     ପ୍ରଭୁ ଦେ ଶାନ୍ତି ଜୀବନ।
ବିଶ୍ବ ବାସୀ ଜନ ଏକ ପରିବାର
    ଶୃଙ୍ଖଳା ଜ୍ଞାନ ମୋ ରହୁ
ଆଶିର୍ବାଦ ଦିଅ କଲ୍ୟାଣ କରନ୍ତୁ
       ଧରା ଦୁଃଖ ଲିଭି ଯାଉ।
ତୁମରି ଆଶାରେ ତୁମରି ଭରସା
     ବିଶ୍ବ ଜନ ହସଖୁସି
ତୁମେ ନ ଚାହିଁ ଲେ କେମିତି ବଞ୍ଚିବା
     ତୁମେ ପ୍ରଭୁ ବାରମାଶି।
ତୁମ ମୁଖ ଚାହିଁ ଧରା ଦୁଃଖ ଯାଉ
     ଏତିକି ମୋର ପ୍ରାର୍ଥନା
ନବ ବର୍ଷ ମୋର ସଭିଙ୍କ ପାଇଁକି
     ପ୍ରଭୁ ହେଉ ମୋ କାମନା।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

Poem of Prafulla Chandra padhi = In a desire to build

Sunil Chandra Nayak

ଡ. ଭବାନୀ ଶଙ୍କର ନିଆଲ ଙ୍କ କବିତା = ଆବେଦନ କରିନଥିଲି

masiha

ଶ୍ରୀ ଚନ୍ଦ୍ର ଶେଖର ଶବର ଙ୍କ କବିତା // ମୌସୁମୀ ପ୍ରବେଶ

Sunil Chandra Nayak

Leave a Comment

error: Content is protected !!