ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଲଗଛ ପ୍ରତି ସମର୍ପିତ ପ୍ରାଣ ବିଜୟ ସ୍ବାଇଁ

ରାଉରକେଲା/ ଫୁଲ ଓ ଫଳ ଗଛ ପ୍ରେମୀ ହେଲେ ବିଜୟ ସ୍ବାଇଁ । ଆରଏସପିର ଏସଏମଏସ ୨ର ଇଲେକ୍ଟ୍ରିକାଲ ବିଭାଗର ମାଷ୍ଟର ଟେକ୍ନୋସିଆନ ଭାବେ କାର୍ଯ୍ୟରତ ଶ୍ରୀ ସ୍ବାଇଁ । ତେବେ ୨୦୧୭ ହଠାତ୍ ଫୁଲଗଛ ଓ ଫଳଗଛ ପ୍ରେମରେ ପଡି ଏବେ ସହରରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି । ଡ୍ୟିଟିରୁ ଫେରିବା ପରେ ଶ୍ରୀ ସ୍ବାଇଁ ଲାଗିଯାନ୍ତି ଫୁଲଗଛ ଫଳଗଛ କଲମୀ କରିବା ଠାରୁ କୋଇଲା ଗୁଣ୍ଡ ସାହାଯ୍ୟରେ ଗୋଲାପ ଫୁଲ ଗଛ ଲଗାଇବାରେ। ତାଙ୍କ ବଗିଚାରେ ଶୋଭା ପାଉଛି ସେବତୀ ବଡଫୁଲ ୧୨୦ ପ୍ରକାର, ଆଡେନିୟମ,ସହ ସେଓ, ଅମୃତଭଣ୍ଡା,ଡ୍ରାଗନ, ସପେଟା, ପିଜୁଳି, ଚେରୀ, କାଶ୍ମୀର କୋଳି, ଲାଲ ଜିମରୋଳ ଇତ୍ୟାଦି । ଆମ୍ବଗଛଚାରା ସହ ସମସ୍ତ ପ୍ରକାର ଫଳଗଛର କଲମୀ କରନ୍ତି । ଗୋଟିଏ ଗୋଟିଏ ଗଛରୁ ବହୁମାତ୍ରାରେ ଫୁଲ ଫୁଟାଇବାରେ ସେ ବେଶ ପାରଙ୍ଗମ । ଏଥିପାଇଁ ଶ୍ରୀ ସ୍ବାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ତରଫରୁ ଆୟୋଜିତ ଫଳ ପୁଷ୍ପ ପ୍ରଦର୍ଶନୀରେ ୨୦୧୯, ୨୦୨୦ ରେ ତଥା ଫଳଚାଷ ପାଇଁ ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ସେବତୀ ଫୁଲ ପୁରସ୍କାର ପାଇଛନ୍ତି । ତାଙ୍କର ଏହି କାର୍ଯ୍ୟରେ ସ୍ତ୍ରୀ ପୁଷ୍ପାରାଣୀ ଓ ଝିଅ ସ୍ବୟଂସିଧ୍ୟା ମଧ୍ୟ ସାହାଯ୍ୟ କରନ୍ତି । କେବଳ ରାଉରକେଲା କି ଓଡିଶା ନୁହେଁ ବିଶ୍ବରେ ମଧ୍ୟ ତାଙ୍କର ପ୍ରସିଦ୍ଧି ରହିଛି । ସେଥିପାଇଁ ତାଙ୍କୁ କଲମ୍ବସ ଭେରାଇଟି ମାଷ୍ଟର ବୋଲି ଡାକନ୍ତି। ଏବେ ଆଗକୁ ଆସୁଛି ହକି । ହକି ଉଦଯାପନୀ ଉତ୍ସବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେଉଥିବା ବେଳେ ତାଙ୍କ ଠାରୁ ଫୁଲ ଗଛ ନେଇ ଷ୍ଟାଡିୟମ ନିକଟରେ ସଜା ଯିବବୋଲି ଜଣାପଡିଛି । ଏହାକୁ ନେଇ ବେଶ ଖୁସି ଅଛନ୍ତି ଶ୍ରୀ ସ୍ବାଇଁ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିନରେ ୪ ଜଣ ସହକାରୀ ପ୍ରାଣୀ ଚିକିତ୍ସକ ନିଯୁକ୍ତ

Sunil Chandra Nayak

ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟା କଳ୍ପ ଟିମ୍

Sunil Chandra Nayak

ଭକ୍ତ ଓ ଭଗବାନ ଭାଗ ୨ ପୁସ୍ତକ ଓ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ଲୋକାର୍ପଣ 

Sunil Chandra Nayak

Leave a Comment

error: Content is protected !!