ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଲଜ୍ଜା

      ଲଜ୍ଜା——-,

କାହାପାଇଁ ଲଜ୍ଜା ଏକ ସୌଖୀନ ବିଳାସ
କାହାପାଇଁ ଲଜ୍ଜା ପୁଣି କୃତ୍ରିମର ରୋଷ,
ଆଉ କାହାପାଇଁ ଅଟେ ମାରାତ୍ମକ ଦୋଷ।।
ଭିନ୍ନ ଭିନ୍ନ ଲୋକପାଇଁ ପରିଭାଷା ଭିନ୍ନ
ହେଲେ କିନ୍ତୁ ନିଜେ ସିଏ ଅନ୍ତିମ ସୋପାନ,
ଢାଙ୍କିଲେବି ଢାଂକେନାହିଁ ରହେନା ଗୋପନ।।
ବୋଝ ତାର ବହୁଭାରୀ ଉଠାଇ ହୁଏନା
ଅନ୍ତରେ ଜାଳି ସେ ଦିଏ ଦେଖାଇ ପାରେନା,
ତଥାପି ତା ସ୍ଥିତି ଅଛି ଜଗତରେ ସିନା।।
ବିଶେଷଣ ଲୋଡ଼ା ନାହିଁ ତାହାପାଇଁ କିଛି
ପ୍ରଶ୍ନବାଚୀ ନିଜେ ସିଏ ଆପଣାଇ ଅଛି
ଦୁନିଆ ଆଖିରେ ସିଏ କଳଙ୍କିତ ପୋଥି।

ଚିତ୍ରା ରାଣୀ ପାତ୍ର

।ବାଲେଶ୍ୱର।

Related posts

ଆଦର ମଣି ପ୍ରଧାନ ଙ୍କ କବିତା = ବନ୍ଧକ

ନଳିନୀ ପ୍ରଭା ମିଶ୍ର ଙ୍କ କବିତା __ ନୀଡ଼ __

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ମଧୁଭରା ସ୍ମୃତି =

Sunil Chandra Nayak

Leave a Comment

error: Content is protected !!