ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁଜାତା ରାଉତ ଙ୍କ କବିତା l l ଇଂରାଜୀ ନବବର୍ଷ l l

l l ଇଂରାଜୀ ନବବର୍ଷ l l

ହେ ମହାକାଳ ତୁମକୁ ମଣିଷ
ବାଣ୍ଟିଛି ମସିହା ନାମେ,
ଯଥା ସମୟରେ ତୁମର ଉତ୍ତର
ପାଇଅଛୁ ପରା ଆମେ l
ଆସ ଚାଲିଆସ ନୂତନ ଆଲୋକେ 
ଆଧ୍ୟାତ୍ମିକ ଜ୍ଞାନନେଇ,
ଅଜ୍ଞାନ ଅନ୍ଧାର ଦୂରେ ଚାଲିଯାଉ
ଆଉକିଛି ଲୋଡ଼ାନାହିଁ l
ବିଭୂପ୍ରେମେ ମନ ବୁଡିରହୁ ଆମ
ସତ୍ୟହେଉ ଉନ୍ମୋଚନ,
ଅଶାନ୍ତ ବିକାର ବ୍ୟର୍ଥ ଭାବନା
ହୋଇଯାଉ ସମାପନ l
ନୀରବ ଦର୍ଶକ ସାଜି ମହାକାଳ
ପ୍ରତିକର୍ମ ଦେଖୁଥାଅ,
କେବେ ମହାମାରୀ କେବେ ଦୁର୍ବିପାକ
ସାଥେ ଆଣି ଉଭାହୁଅ l
ତୁମେ ହିଁ ଅତୀତ ତୁମେ ବର୍ତ୍ତମାନ
ତୁମେପୁଣି ଭବିଷ୍ୟତ,
ଆକାଶରେ ସୂର୍ଯ୍ୟ, ଚନ୍ଦ୍ର ଗ୍ରହ ତାରା
ଯେମିତି ନିରାଟ ସତ୍ୟ l
ସମୟ ସୁଅରେ ଆମେ ଭାସୁଅଛୁ 
ତୁମକୁ ଯାଇଛୁ ଭୁଲି,
ତୁମେ ମହାକାଳ କାହାର ବି ନୁହଁ
ସତ୍ୟର ହିଁ ଗଳାମାଳି l

ସୁଜାତା ରାଉତ ,

ଓରାସାହି, ଚାନ୍ଦବାଲି , ଭଦ୍ରକ

Related posts

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା l l ନୂଆ ସକାଳ l l

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ ପଲ୍ଲୀ କବିତା l l l ଭୂତ l l l

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା // ମାଘ ମାସ ଜାଡ ଵାଘ ପରିକା

Sunil Chandra Nayak

Leave a Comment

error: Content is protected !!