ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 ମାନଗୋବିନ୍ଦ ସ୍ବାଇଁ

ଜୀବନ ନାଟକ ମଞ୍ଚସ୍ଥ ହେଉଛି
    ପୁରୀ ମୋର ବଡ଼ଦାଣ୍ଡରେ
ଭକତ ଦର୍ଶକ ଆନନ୍ଦ ପାଆନ୍ତି
     ଭକ୍ତି ସର୍ବ ହୃଦୟରେ।
ହରଣ ଗୁଣନ ମିଣାଣ ଫେଡାଣ
      ଜୀବନ ଭୋଗିଛି ମୁହିଁ
ତୋହରି ମୁହଁ କୁ ଚାହିଁ ଦେଲେ ପ୍ରଭୁ
     ସବୁ ଦୁଃଖ ମୋ ଦୂରେଇଁ।
ବଡ଼ଦାଣ୍ଡ ଧୂଳି ମୁଣ୍ଡ ପରେ ବୋଳି
        ହରିରାମ ଜପ କରି
ପ୍ରଭୁଙ୍କ ଦର୍ଶନ ମୋ ପାଇଁ ସୁଯୋଗ
     ମୋ ଭାବ ଦୁଃଖ ଗୁହାରୀ।
ଗରୁଡ଼ ସ୍ତମ୍ଭରୁ ଦର୍ଶନ କରିବା
      ଚନ୍ଦନ ପାଦୁକା ପାଇ
ନିଜକୁ ପବିତ୍ର ହୃଦୟ ମଧ୍ୟରେ
       ଭଜନ ଜଣାଣ ଗାଇ।
 ସିଂହଦ୍ଵାର ମାଡ଼ ଛାଡ଼ିଯାଏ ପାପ
      ନିଜକୁ ପବିତ୍ର ହେଲି
ବେଢା ଚାରିପଟେ ଭ୍ରମଣ କରିମୁ
    ଧନ୍ୟ ମୋ ଜୀବନ ହେଲି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଶ୍ରୀମତୀ ସ୍ନେହ ମିଶ୍ର କବିତା l l ମଙ୍ଗଳର ବାର୍ତ୍ତା l l

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ll ସ୍ମୃତି ଚିହ୍ନ l l

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

Leave a Comment

error: Content is protected !!