ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁଶାନ୍ତ ରଣା  ଙ୍କ କବିତା = ଆ’ ପଢ଼ିଯିମା ପାଠ୍

ଆ’ ପଢ଼ିଯିମା ପାଠ୍

   

  ସୁଶାନ୍ତ ରଣା

ଏ ଭାଏ, ଏ ବୁହେନ୍ 
ଆ’ ପଢ଼ିଯିମା ପାଠ୍
ପାଠ୍ ବିନେ ଇ ସଂସାର ଅନ୍ଧାର୍
ଉଁକିଆ ଦେଖାବା ପାଠ୍
ଏ ଭାଏ, ଏ ବୁହେନ୍…..!
ପାଠ୍ ବିନେ ଦିନେ
ହେଉଥିଲା ଚଲି 
ସମିଆଁ ଗଲାନ ବଦଲି
ପାଠ୍ ଦି’ ଅଖର୍ ନି ପଢ଼ି ଥିଲେ
ଇ ସଂସାର ଦେବା ହସିଁ !
ଏ ଭାଏ, ଏ ବୁହେନ୍…..!!
ମାଷ୍ଟ୍ରେର୍,
ସେ ଦିନ ଆରୁ ନାଇଁନ
ମାଡ୍ କେ ଡର୍ ନାଇଁନ
ହସି ଖେଲେଇ ଆମକେ,
ମାଷ୍ଟ୍ରେ ପଢ଼ାବେ ପାଠ୍ 
ପାଠ୍ ଦେଖାବା ବାଟ୍ !
ଏ ଭାଏ, ଏ ବୁହେନ୍…..!!
ପାଠର୍ ପିଠି,
ଆମର୍ ଲୋକ୍ ଚଢ଼ି
ଦେଖ୍ ଲେ ଜନ୍ ମଙ୍ଗଲ୍ 
ଘର୍ କରି ତହିଁ ରହିହେବା କହନ୍
ଦେଖଦେଖ୍ ପାଠର୍ ଗୁନ୍ 
ଏ ଭାଏ, ଏ ବୁହେନ୍…..!!
କେତେ ଦିନ ଆରୁ 
ଅନ୍ ପଢ଼ା ହେଇ
ମୁରୁଖ୍ ନେ ହେମା ଗଣା
ଆ’ ପଢ଼ମା ଲେଖ୍ ମା 
ଆମେ ନୁହେଁ ଭକୁଆ !
ଧରଧର୍ ସିଲଟ୍ ଖଡ଼ି
ସମିଆଁ ଗଲା ନ ଗଡ଼ି 
ଏ ଭାଏ, ଏ ବୁହେନ୍ 
ଆ’ ପଢ଼ିଯିମା ପାଠ୍…..!!

ସୁଶାନ୍ତ ରଣା 

ତେରେସିଂହା, କଳାହାଣ୍ଡି

Related posts

ପ୍ରସନ୍ନ କୁମାର ସାହୁ ଙ୍କ କବିତା//ସ୍ଵାଗତ ନବ ବର୍ଷ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା = ହିନ୍ଦୁ ନବ ବର୍ଷ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

Leave a Comment

error: Content is protected !!