ପାପଡାହାଣ୍ଡି,4/5, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦରରୁ ତଣ୍ଡାଗୁଡା ରାସ୍ତାରେ ଗୁରୁବାର ଏକ ବାଇକ ଦୁର୍ଘଟଣା ହୋଇ 2 ଚାଳକ ଗୁରୁତର ଆହତ ହୋଇଛନ୍ତି | ସେମାନେ ହେଲେ ଚଟାହାଣ୍ଡି ପଂଚାୟତ ଜାମ୍ବଗୁଡା ଗ୍ରାମର ଧରଣୀଧର ଗୌଡ଼ ଓ ନବୀନ ଗୌଡ଼ | ଉଭୟଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା | ସୂଚନା ମୁତାବକ ଉଭୟ ଏକ ବାଇକ ନମ୍ବର CG 17E5177ରେ ଜାମ୍ବଗୁଡା ରୁ ପାପଡାହାଣ୍ଡି ଆଡ଼କୁ ଆସିବା ବେଳେ ତଣ୍ଡାଗୁଡା ନିକଟରେ ବାଇକଟି ଦୁର୍ଘଟଣାଗସ୍ତ ହୋଇ 2 ଚାଳକ ଗୁରୁତର ହୋଇପଡ଼ିଥିଲେ | ସେହି ରାସ୍ତା ଦେଇ ଯାଉଥିବା ରାଜ କିଶୋର ରାଓ ଓ ଭି ଶ୍ରୀନିବାସ ରାଓ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନଂକୁ ଉଦ୍ଧାର କରାଯାଇଥିଲା | ଧରଣୀଧର ଙ୍କ ଗୋଡ଼ ଭାଙ୍ଗି ଥିବାରୁ ଜିଲ୍ଲା ମୂଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |
previous post