ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପଲାସ ଠାରେ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଉତ୍ସବ ଆରମ୍ଭ

ଜୁନାଗଡ଼,୪/୫(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପଲାସ ଗ୍ରାମରେ ଶ୍ରୀଶ୍ରୀ ରାଧାକୃଷ୍ଣ ମହା ପ୍ରଭୁଙ୍କ ଚନ୍ଦନ ଯାତ୍ରା ମହାସମାରୋହରେ ଆରମ୍ଭ ହୋଇଛି l ୫ ଦିନ ଧରି ହେବେକୁ ଥିବା ଏହି ଉତ୍ସବ ରେ ଆଖପାଖ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ଭିଡ ଲାଗିରହିଛି l ଏହି ଗ୍ରାମରେ ଦୀର୍ଘ ୬୪ ବର୍ଷ ହେବ ଚନ୍ଦନ ଯାତ୍ରା ଉତ୍ସବ ମହା ଆଡମ୍ବର ରେ ପାଳନ କରାଯାଇଥାଏ l ଗତ ସୋମବାର ଆରମ୍ଭ ହୋଇ  ଆସନ୍ତା ଶୁକ୍ରବାର ଦିନ ଯାତ୍ରା ସମାପନ ହେବାକୁ ଥିବାବେଳେ ଶନିବାର ଦିନ ରାଧକୃଷ୍ଣଙ୍କ  ଗ୍ରାମରେ ଚନ୍ଦନ ତଥା ରଙ୍ଗ ଖେଳ ଅନୁଷ୍ଠିତ ହେବ l ଏହି ଦିନ ମହାପ୍ରଭୁ ଗ୍ରାମର ସମସ୍ତଙ୍କ ଦ୍ଵାର ବିମାନ ଯୋଗେ ଯାଇ ଭକ୍ତ ଙ୍କ ହାତରୁ ଚନ୍ଦନ ବା ରଙ୍ଗ ଲାଗି ହୋଇ ଥାନ୍ତି l ସେହିପରି ଯାତ୍ରା ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଭକ୍ତଙ୍କ ଦ୍ଵାର ସମ୍ମୁଖରେ ପୂଜା ପାଇଥାନ୍ତି l ଏହି ଅବସରରେ ରାଧାକୃଷ୍ଣ ଙ୍କୁ ଚlପଖେଲ ଦେଖିବା  ପାଇଁ ହାତୀ ନଦୀକୁ ବିରାଟ ପଟୁଆରରେ ରେ ଗ୍ରାମବାସୀ ତଥା ଅଞ୍ଚଳର ବହୁ ଜନସାଧାରଣ ଙ୍କ ସୁଅ ଛୁଟି ଥାଏ l ଏହି ଅବସରରେ ରାତ୍ରରେ ସଂlସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେଉଛି l ୫ ଦିନ ଧରି ଗ୍ରାମରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥାଏ l ଉକ୍ତ କାର୍ଯକ୍ରମରେ ଗ୍ରାମର ଶାନ୍ତି କମିଟି ସହ ଯାତ୍ରା କମିଟି କର୍ମକର୍ତ୍ତା ତଥା ଗ୍ରାମବାସୀ ସହଯୋଗ କରିଥାନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମଞ୍ଚାଗାଁ ଗ୍ରାମରେ ଅଷ୍ଠପ୍ରହରି ନାମ ଯଂଜ୍ଞ ଅନୁଷ୍ଠିତ

Sunil Chandra Nayak

ଗୋଲାମୁଣ୍ଡା ଚୁରାପାହାଡ଼ରେ ମହାଦେବଙ୍କ ବିବାହ ଉତ୍ସବ: ବରାତିରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

Sunil Chandra Nayak

ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ଜାମ୍ମୁକାଶ୍ମୀର ପୂର୍ବତନ ଉପମୁଖ୍ୟ ମନ୍ତ୍ରୀ କଵୀନ୍ଦ୍ର ଗୁପ୍ତା

Sunil Chandra Nayak

Leave a Comment

error: Content is protected !!