ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରତାପ କେଶରୀ ସାହୁ ଙ୍କ କବିତା // ଆସୁଛି ମକର ମେଳା

 ଆସୁଛି ମକର ମେଳା

ପୌଷମାସ ଶୁକ୍ଲ ଦଶମୀରେ ହୁଏ
ମକରମେଳା ଆରମ୍ଭ ।
ଆମ ଗାଁ ପାଖ ଶିବ ମନ୍ଦିରରେ ଥାଏ
ଲୋକ ଗହଲ ଚହଲ ।।୧।।
ଗାଁର ନାମ ସେତ କୁସୁର୍ଲା ଅଟଇ
କଳାହାଣ୍ଡି ଅବସ୍ଥିତ ।
ମକରସଂଙ୍କ୍ରାନ୍ତି ରଥ ଟଣା ଯାଏ
ଶିବଶିବା ବେନିଙ୍କର ।।୨।।
ଲୋକ ସମାଗମ ବାଣିଜ୍ୟ ବିପଣି
ଧାଡିଧାଡି ଲମ୍ବିଥାଏ ।
ରଙ୍ଗବେରଙ୍ଗର ସୌଖିନ ଜିନିଷ
ତା ପାଖକୁ ଟାଣି ନିଏ ।।୩।।
ଏହି ଦିନ ଠାରୁ ସୂର୍ଯ୍ୟଙ୍କର ଗତି
ପଥ ବଦଳିଯାଏ ତ ।
ଉତ୍ତରାୟଣ ଗତି ତାହାଙ୍କର ଘଟେ
ପୁରାଣେ ଅଛି ବିଦିତ।।୪।।
ମୀନାବଜାର କଳାକୁଞ୍ଜ ଅପେରା
ସବୁଠି ଲୋକଙ୍କ ଭିଡ ।
ଏହି ସବୁଠାରେ ଓଡିଆ ଚଳଣି
ଦୃଶ୍ୟ ହୁଅଇ ବହୁତ ।।୫।।
ଓଡିଆ ଚଳଣି ଓଡିଆ ରହଣି
ସଂସ୍କୃତି ଓ ପରମ୍ପରା ।
ସାରା ଜଗତରେ ଯଦ୍ୟପି ଖୋଜିବ
ଲାଗିବ ନିଶ୍ଚେ ନିଆରା ।।୬।।
ଶିଶୁ ମାନଙ୍କର ମନ ଖୁସି ହୁଏ
ମେଳା ଚାରିପଟେ ବୁଲି ।
ବାପା ମାଆଙ୍କର ହୃଦୟ ତରଳେ
ସାଙ୍ଗସାଥି ବନ୍ଧୁ ମିଳି ।।୭।।
ମହାମନ୍ତ୍ର ଜପ ହରେକୃଷ୍ଣରାମ
ଆଧ୍ୟାତ୍ମିକର ଚେତନା ।
ଈଶ୍ୱରଙ୍କ ପାଖେ ସମର୍ପଣ ଭାବ
ରଖି କରିବା ବନ୍ଦନା ।।୮।।

ପ୍ରତାପ କେଶରୀ ସାହୁ

ପ୍ରଧାନ ଶିକ୍ଷକ ପ୍ରା.ବି.
ପଲମ,ନର୍ଲା,କଳାହାଣ୍ଡି

Related posts

ନନ୍ଦିନୀ ରାଉତ ଙ୍କ କବିତା = ବାପାଙ୍କ ଜନ୍ମଦିବସ ଉପଲକ୍ଷେ

masiha

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା = ମା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

Leave a Comment

error: Content is protected !!