ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା !!! ପ୍ରେମ !!!

 ! ! ! ପ୍ରେମ ! ! !

   

               ଅପର୍ତ୍ତି ସେଠୀ

ପ୍ରେମ ……
ଗୋଲାପର ଚୋରା ଚ‌ଇତାଳୀ,
 ସ୍ନେହ ମମତାର ଗଳାମାଳି,
   ଅଝଟିଆ ଛୁଆଟିର ଅଳି,
      ସୁପ୍ରଭାତେ ପକ୍ଷୀର କାକଳି।
         ଋତୁରଙ୍ଗ ଫଗୁଣ ମଳୟ,
            ନୀବିଡତା ଅନ୍ତରଙ୍ଗ କୋହ
            ଆନନ୍ଦର ଅଭିମାନୀ ଲୁହ,
          ପ୍ରୀତି ସଙ୍ଗୀତର ତାଳ ଲୟ।
       ପ୍ରେମ …….
     କେବେ ଭରା ପ୍ରଣୟ ପିଆସୀ,
   କେବେ ସ୍ମିତହାସ୍ୟ ପୂର୍ଣ୍ଣଶଶୀ,
କେବେ ପୁଣି ମନ ରାଜହଂସୀ,
କେବେ କେଉଁ ସପନ ଅଳସୀ।
ପ୍ରେମ ……
  ଅଧାଭିଜା ବରଷାର ଝର,
    କେତେଗୋଟି ଚୁକ୍ତି ଓ ସ୍ଵାକ୍ଷର,
       ନିଦଟିଏ ଉଆଁସୀ ରାତିର,
          ମୟୂରୀଟି ନିଃସଙ୍ଗ ସାଥୀର।
             ପ୍ରେମ …….
            ସାତରଙ୍ଗ ଇନ୍ଦ୍ରଧନୁଟିର,
           ଲୟଟିଏ ମେଘ ମହ୍ଲାରର 
          ଚନ୍ଦ୍ରମାର ଶୀତଳ କିରଣ
        ଉଦାସିନୀ କାମିନୀର ମନ।
       ପ୍ରେମ …..
     ଅପରାହ୍‌ଣେ ଗୋଧୂଳି ଲଗନ,
   ସୁନାଝରା ମେଞ୍ଚାଏ ସପନ,
  ପଦ୍ମମଧୁ ନୂଆ ଶିହରଣ,
ପ୍ରୀତି ଭରା ମଧୁର ମିଳନ।
ପ୍ରେମ ……
ସୌନ୍ଦର୍ଯ୍ୟର ସୁନ୍ଦର କୋଣାର୍କ
  କାମନାର ଅଭୁଲା ମୁହୂର୍ତ୍ତ,
     ଆବେଗର ଥୋକାଏ ଝଲକ,
        ମନବନ ଫୁଲର ମହକ।
           ପ୍ରେମ ……..
            ଛାତି ତଳ ସିନିହ‌ ଟିକକ,
           ଅଭୁଲା ସ୍ମୃତିର ସେ ସ୍ମାରକ,
  ‌ ଜୀବନ ଯାତ୍ରାର ପୂଣ୍ୟ ତୀର୍ଥ 
        ମମତା ଶରଧା‌ ବୋଳା ଡାକ।
      ପ୍ରେମ …….
   ପ୍ରେମ ନୁହେଁ ବିଚ୍ଛେଦ କାହାଣୀ,
  ପ୍ରେମ ନୁହେଁ ଅନ୍ଧାର ଯାମିନୀ,
ପ୍ରେମ ନୂହେଁ ବିଷାଦ ରାଗିଣୀ,
ପ୍ରେମ ନିର୍ଝରଣୀ ସ୍ରୋତସ୍ଵିନୀ।
ପ୍ରେମ……
 ଦେଇଥିବା ପ୍ରତିଶ୍ରୁତିଟିଏ,
   ବିଶ୍ଵାସର ରାଜିନାମାଟିଏ,
      ପବିତ୍ରତା ଉପଲବ୍ଧିଟିଏ,
         ଚିରନ୍ତନ ଦସ୍ତାବିଜ୍ ଟିଏ।

   ପାଳକଣା‌, କୋରୋ‌ କେନ୍ଦ୍ରାପଡ଼ା

 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା // ତୁମେ କହିଥିଲ ଆସିବ

Sunil Chandra Nayak

ଅନିମା ପରିଡ଼ା ଙ୍କ କବିତା // ଜୀଵନ ଟା ଏକ ବୁଝାମଣା

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା // ତୁମ ପାଇଁ

Sunil Chandra Nayak

Leave a Comment

error: Content is protected !!